Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ମହୁଲ ଫୁଲ ସଂଗ୍ରହ ବେଳେ ବାରହା ଆକ୍ରମଣ, ୨ ଗୁରୁତର

2/04/2021 at 2:54 PM

ତେଲକୋଇ, ୦୨।୦୪:   ଘର ପାଖ ଜଙ୍ଗଲରେ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ବାରହା ଆକ୍ରମଣରେ ଶିକାର ହେଲେ ୨ ଯୁବକ । ଗୁରୁତର  ହୋଇ ହସ୍ପିଟାଲରେ ହେଲେ ଭର୍ତ୍ତି।  ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ।

ଗୁରୁତର ଦ୍ୱୟ ହେଲେ  ତେଲକୋଇ ବନାଞ୍ଚଳର  ଭୀମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗ୍ରାମର କାର୍ତ୍ତିକ ମହାକୁଡ଼ (୨୬) ଓ ଖଗେଶ୍ବର ମହାକୁଡ଼ (୩୮) । ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ଉଭୟଙ୍କ ଗୋଡ଼ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ଜଣା ପଡିଛି । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣା ପଡ଼ିଛି।

   Related Posts