Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ନିଶା କବଳରେ କୋମଳମତି ଯୁବସମାଜ : ନିଶା କାରବାରରେ ଜଡିତ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

17/11/2018 at 8:37 PM

ବରଗଡ଼ ୧୭/୧୧ : ବରଗଡ ଜିଲ୍ଲା ପଦ୍ମପୁରରେ ଚାଲିଛି ବେଧଡକ ନିଶା କାରବାର। ନିଶା ଫାଶରେ ପଡି ଅକାଳରେ ଯାଉଛି କୋମଳମତି ଯୁବକଙ୍କ ଜୀବନ। ସହଜରେ ଉପଲବ୍ଧ କଫ ସିରପ,ଚିକିତ୍ସାପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଆଦିକୁ ନିଶାଭାବେ ଗ୍ରହଣ କରି ପଥଭ୍ରଷ୍ଟ ହେଉଛନ୍ତି ଆଜିର ଯୁବସମାଜ । ଦେଖନ୍ତୁ ଏହି ରିପୋର୍ଟକୁ।

ବରଗଡ ଜିଲ୍ଲା ପଦ୍ମପୁରରେ ଚାଲିଛି ବେଧଡକ ନିଶା କାରବାର। ନିଶା ଔଷଧ କବଳରେ ଜିଲ୍ଲାର କୋମଳମତି ଯୁବସମାଜ।। ପଦ୍ମପୁର ଅଞ୍ଚଳକୁ ଲାଗି ରହିଥିବା ଛତିଶଗଡର ସୀମା ମୁକୁଳା ରହିଥିବାରୁ ଡ୍ରଗ୍ସ ମାଫିଆଙ୍କ ପାଇଁ ଏହି ଅଞ୍ଚଳ ପାଲଟିଛି ଭୂସ୍ବର୍ଗ। ପ୍ରତିଦିନ ଚୋରାରେ ଚାଲାଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ କଫସିରପ,ନିଶା ବଟିକା,ଇଞ୍ଜେକ୍ସନ। ସହରଠୁ ଗାଁ ପର‌୍ୟ୍ୟନ୍ତ ଏହା ସହଜରେ ଉପଲବ୍ଧ ହେଉଥିବାରୁ କଲେଜ ପିଲାଠୁ ଆରମ୍ଭ କରି ବୁଢା ପର‌୍ୟ୍ୟନ୍ତ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ଯିଏ ଥରେ ଏହାର ଫାଶରେ ପଡୁଛି ସିଏ ଏଥିରୁ ମୁକୁଳି ପାରୁନି ।

ପଦ୍ମପୁରେର ନିଶା ଔଷଧ ସେବନ କରି ଦଶରୁ ଉର୍ଦ୍ଧ୍ବ ଯୁବକଙ୍କ ଜୀବନ ଗଲାଣି। ଅନେକଙ୍କ ପରିବାର ଉଜୁଡିଲାଣି । କିଏ ନିଜ ଏକମାତ୍ର ପୁଅକୁ ହରାଇ ଆଜି ପର‌୍ୟ୍ୟନ୍ତ ଝୁରି ହେଉଛି ତ ଆଉ କିଏ ନିଜ ସାହା ଭରସାକୁ ହରାଇ ରାତିରେ ଶୋଇପାରୁନି। କିଛି ଯୁବକଙ୍କୁ ତାଙ୍କର ଅଭିଭାବକମାନେ କଟକ,ଭୁବନେଶ୍ବରସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ କରାଉଛନ୍ତି। ଆଉ କିଛି ନିଶା ନିବାରଣ କେନ୍ଦ୍ରରୁ ଫେରି ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ନିଶା କାରବାରରେ ଜଡିତ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଅବାଧରେ ଚାଲିଥିବା ନିଶା ଔଷଧ କାରବାରର ସମୂର୍ଣ୍ଣ ରୋକ ଲଗାଯିବାସହିତ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଏବେ ଜରୁରୀ ହୋଇପଡିଛି।

   Related Posts