Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଚାଲିଥିବା ବେପାର, ମାଡି ବସିଲା ପୋଲିସ; କାର ସହ ଅଢେଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

17/07/2021 at 6:41 PM

ବରଗଡ ୧୭।୦୭: ଚାଲିଥିଲା ଗଞ୍ଜେଇ କାରବାର। ସୂଚନା ପାଇ ମାଡି ବସିଲା ପୋଲିସ ଆଉ ଜବତ କଲା ୨ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ। ଆଉ ପୋଲିସ  ହାବୁଡରେ ପଡିଲେ ୪ ଜଣ। ଏଥିସହ ଜବତ ହୋଇଛି ଦୁଇଟି କାର ଓ ନଗର ୧୩ ହଜାର ୧୨୦ ଟଙ୍କା। ବରଗଡ଼ ସୋହେଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ସୋହେଲା ବ୍ଲକ ଅଫସି ଛକ ଠାରେ ଏହି ଘଟଣା ଘଟିଛି।

ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ସୋହେଲା ପୋଲିସ ଜାତୀୟ ରାଜପଥରେ ଯାଞ୍ଚ କରୁଥିଲେ। ସେତିକି ବେଳେ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି  । ସୋନପୁରରୁ ଛତିଶଗଡ଼ ରାଜ୍ୟକୁ ଫେରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଏହି ଗଞ୍ଜେଇ ବେପାରୀ। ସେମାନଙ୍କଠାରୁ  ୨ କ୍ୱିଣ୍ଟାଲ ୩୩ କେଜି ଗଞ୍ଜେଇ ସହ  ଚାଲାଣରେ ବ୍ୟବହୃତ ହୋଇଥିବା ଗୋଟିଏ ଇନୋଭା ଓ ଗୋଟିଏ ସୁଇଫ୍ଟ ଡିଜାୟର କାର ଜବତ ହୋଇଛି। ଏଥିସହ ନଗଦ ୧୩ ହଜାର ୧୨୦ ଟଙ୍କା ଓ ୬ ଟି ମୋବାଇଲ ପୋଲିସ ଜବତ କରିଛି।

ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ରାଜ୍ୟର ହେମରାଜ ନିସାଦ, ସଞ୍ଜୟ ତ୍ରିପାଠୀ,ଅଜୟ ତ୍ରିପାଠୀ ଓ ଗୌରଭ ଖପ୍ରାଡେ । ଅଭିଯୁକ୍ତ ସମସ୍ତଙ୍କ ନାଁରେ  NDPS ଧାରା ଅନୁଯା୍ୟ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି  ରାହୁଲ ଜୈନ ।

   Related Posts