ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ମାମଲା: ହାତ ଉପରେ ହାତ ଦେଇ ବସିଛି ପୋଲିସ୍‌

Published By : Prameya-News7 Bureau | January 23, 2020 IST

ବରଗଡ଼୨୩/୧: ବରଗଡ଼ ମାତୃଛାୟା ଆଶ୍ରମର ଅନ୍ତେବାସୀଙ୍କୁ ପରିଚାଳକ ଯୌନ ନିର୍ଯାତନା ଦେବା ଏବଂ ଜୋର୍ ଜବରଦସ୍ତ ବିବାହ କରାଇଦେବା ଘଟଣାରେ ପୋଲିସ ତଦନ୍ତ ବିଶେଷ ଭାବେ ଆଗେଇ ନାହିଁ । ଆଶ୍ରମର ପରିଚାଳକ ଦେବୀଦତ୍ତ ତ୍ରିପାଠୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଥିଲା।

ଏବେ ପୀଡ଼ିତା ମାନେ ପୁଣିଥରେ ସେମାନଙ୍କ ନାଁରେ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ଆଗେଇ ନାହିଁ । ସେପଟେ ଆଶ୍ରମରୁ ଚାଲିଆସିଥିବା ୩ ଜଣ ପୀଡ଼ିତା ଆଉ ସେଠାକୁ କିମ୍ବା ନିଜ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ।

ତେବେ ପରବର୍ତ୍ତୀ ପଦକ୍ଷେପ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ସଖୀ କେନ୍ଦ୍ରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅନ୍ୟପକ୍ଷରେ ଆଶ୍ରମ ପରିଚାଳକ ଦେବୀଦତ୍ତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେମାନେ ନିର୍ଦ୍ଦୋଷ ବୋଲି କହିଛନ୍ତି । ଅନ୍ତେବାସୀମାନଙ୍କ ଅଭିଯୋଗକୁ ମଧ୍ୟ ସେମାନେ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.