ବରଗଡ଼ରେ ନୂଆଖାଇର ଧୁମ
14/09/2018 at 12:03 PM

ବରଗଡ଼ ୧୪/୯ : ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ପଚଂମୀ । ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ ମହା ଆଡମ୍ବର ସହିତ ପାଳନହେଉଛି । ସେଇଥିପାଇଁ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସର ଲହରି । ଗାଁ ଠାରୁ ସହର ସମସ୍ତେ ଆଜି ପୁରା ଧୁମ ଧାମରେ ପାଳନ କରୁଛନ୍ତି ଏହି ପର୍ବକୁ । ପରିବାରର ସମସ୍ତ ସଦସ୍ୟ ଆଜି ଏକ ହୋଇଛନ୍ତି ନିଜ ଜନ୍ମ ମାଟିରେ । ମାଟି ମଣିଷର ସଂପର୍କକୁ ଆହୁରି ନିବିଡ କରିବା ପାଇଁ ଏହି ପର୍ବର ପରମ୍ପରା କାହିଁକି କେଉ କାଳରୁ ଚାଲି ଆସିଛି ।
ଆଜି ସକାଳୁ ପରିବାରର ସଦସ୍ୟ ମାନେ ଗାଇ ଗୋରୁ ଙ୍କୁ ଗାଧୋଇ ଦେଇ ପୂର୍ବରୁ ପସ୍ତୁତି ଅନୁଜାୟୀ ନିଜର ନିତ୍ୟକର୍ମ ସାରି ନୂଆବସ୍ତ୍ର ପରିଧାନ କରି । ପୂଜା ସାମଗ୍ରୀ ଧରି ବାହରି ପଡ’ି ଧାନ ବିଲକୁ । ଖରା ବର୍ଷ। ଶୀତ କାକର ସବୁ ବଳେ ମାଟି ସହ ସଂଘର୍ଷ କରୁ ଥତ୍ବା ଚାଷୀ ଧାନ ବିଲକୁ ଦେଖି ଖୁସି ହୋଇ ଯାଇଥାଏ । ଧାନ କେଣ୍ଡା ପବନ ସ୍ଫର୍ଷରେ ଲହରି ମାରି ନୂଆଖାଇ ପର୍ବକୁ ସ୍ବାଗତ କରୁଥାଏ । ଆନନ୍ଦରେ ଚାଷୀ ମାଟି ମାକୁ ଧୂପ ଦୀପ ନୈବେଦ୍ୟ ଅର୍ପଣକରି ଧାନକେଣ୍ଡା ଟିଏ ଆଣି ଥାଏ ଆଉ ସେହି ଧାନର ଚାଉଳକୁ ଗୁଡ ମିଶାଇ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କୁ ଭୋଗ ଲାଗି ଅର୍ପଣ କରିଥାଏ ତା ସହିତ ଘରେ ରୋଷେଇ ହୋଇ ଥତ୍ବା ନାନା ପ୍ରକାରର ସୁ ସ୍ବାଦୁ ଖାଦ୍ୟ ଦେବା ଦେବୀଙ୍କୁ ଭୋଗ ଲାଗି ହେଇଥାଏ । ଘରର ମହିଳା ମାନେ ମିଳି ମିଷି ରୋଷେଇ କରିବା ସହ ପିଠା ପଣା ଇତ୍ୟାଦି ପସ୍ତୁତିରେ ମାତି ପଡି ଥାଆନ୍ତି ।