ଆଜି ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଝରୀ ଦାଖଲ କରିବେ ନାମାଙ୍କନ ପତ୍ର

Published By : Prameya-News7 Bureau | March 25, 2019 IST

ଭୁବନେଶ୍ୱର ୨୫/୩ : ଆଜି ଖୁବ ହେବିୱେଟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି | ଆଜି ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଝରୀ ଏବଂ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ | ସୁରେଶ ପୂଝରୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ | ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ | ନାମାଙ୍କନ ପତ୍ର ଦାଖଲବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଉପସ୍ଥିତ ରହିବେ |
ସେହିପରି ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଇରାଶିଷ ଆଚାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ | ନାମାଙ୍କନ ପତ୍ର ଦାଖଲ ବେଳେ ୩୦ ରୁ ୪୦ ହଜାର ଲୋକ ସାମିଲ ହେବେ ବୋଲି ଜଣାପଡିଛି |ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସବୁ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.