ଭିଜିଲାନ୍ସ ଜାଲରେ ଲିଫ୍ଟ ଇରିଗେସନର ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୫ଟି ସ୍ଥାନରେ ରେଡ୍
16/11/2019 at 9:51 AM

ବରଗଡ ୧୬।୧୧: ଭିଜିଲାନ୍ସ ପଞ୍ଝାରେ ଲିଫ୍ଟ ଇରିଗେସନର ଆସିଷ୍ଟାଣ୍ଟ ଇଞ୍ଜିନିୟର । ଆସିଷ୍ଟାଣ୍ଟ ଇଞ୍ଜିନିୟର ବୈକୁଣ୍ଠନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବୈକୁଣ୍ଠନାଥଙ୍କ ଭୁବନେଶ୍ବର, ଯାଜପୁର ଘରେ ରେଡ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ସେହିପରି ବରଗଡର ଭଡାଘର, ସରକାରୀ କାର୍ଯ୍ୟାଳୟ ଓ ଶ୍ବଶୁର ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂଚନା ମିଳିଛି ।