କଂସଙ୍କ ମୁହଁରେ କରୋନା କଥା, ଯମ ହୋଇ ଲୋକଙ୍କୁ ଦେଉଛନ୍ତି ଜୀବନ ସୁରକ୍ଷାର ମନ୍ତ୍ର

Published By : Prameya-News7 Bureau | May 16, 2020 IST

ବରଗଡ, ୧୬|୦୫:   ଗୀତ ନୁହଁ ଏବେ ମଞ୍ଚ କଳାକାର ନିଜର ଅଭିନୟ ମାଧ୍ୟମରେ ମୁହଁରେ ରଙ୍ଗ ବୋଳି ରାଜକୀୟ ପୋଷାକ ପରିଧାନ କରି ସହରର ସମସ୍ତ ଗଳିକନ୍ଦି ବୁଲି ସଚେତନତା କରୁଛନ୍ତି । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଭବନେଶ୍ୱର ଏବେ ଯମ ଭୂମିକାରେ ସଚେତନ କରୁଛନ୍ତି ।ତାଗିଦ ସହ ଦଣ୍ଡ ବିଧାନ ବି ଦେଉଛନ୍ତି।  ବରଗଡ଼ରେ ସଚେତନତା ପାଇଁ ଏକ ଅଭିନବ ପ୍ରୟାସ ।

{"id":270926,"width":752,"height":417,"sizeSlug":"large"}

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ସେହିପରି ଏହି ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ବାହାରି ପାରି ନ ଥିବା ଯୋଗୁଁ ଏବେ ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ, ମାସ୍କ ପିନ୍ଧିବା ଏବଂ ହାତକୁ ବାରମ୍ବାର ଧୋଇବା ଓ ସାନିଟାଇଜେସନ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଏଭଳି କ୍ଷେତ୍ରରେ ସଚେତନତା ହିଁ ମୂଳମନ୍ତ୍ର ପାଲଟିଥିବା ବେଳେ କିଏ ଗୀତ ଗାଉଛି ତ କିଏ ନାଟକ ମାଧ୍ୟମରେ ସଚେତନତା କରୁଛି ।  ତେବେ ଏଭଳି ସଚେତନତା ପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ଏବଂ କଳାକାର ଉପଦେଷ୍ଟା ସମନ୍ୱୟ କମିଟିର ସହ-ଆବାହକ ଅଶୋକ ବେହେରା ଆଗେଇ ଆସି ସାଧାରଣ ଲୋକଙ୍କୁ ସଚେତନତା କରିଛନ୍ତି । ଭୁବନେଶ୍ୱର ଯମ ଏବଂ ଅଶୋକ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟ କରି ଆଜି ବରଗଡ଼ ସହରରେ  ରଥରେ ବସି ସଚେତନତା ସୃଷ୍ଟି କରିଛନ୍ତି।

{"id":270928,"width":751,"height":416,"sizeSlug":"large"}

ନିଜ ଦୂତ କାଳ ବିକାଳଙ୍କ ସହିତ ସେମାନେ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ଘୋଡାଗାଡିରେ ବସି ସହର ପରିକ୍ରମା କରି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି । ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମ ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଚିତ୍ରଗୁପ୍ତ ଭୂମିକାରେ ଅଶୋକ ବେହେରା ଅଭିନୟ କରୁଥିବା ବେଳେ ଜମ ଭୂମିକାରେ ଭୁବନେଶ୍ୱର ଅଭିନୟ କରି ସମଗ୍ର ସହରରେ ମାସ୍କ୍ ପିନ୍ଧି ନଥିବା ଲୋକଙ୍କୁ ଦଣ୍ଡ ଦେଇଥିବା ବେଳେ ସାମାଜିକ ଦୂରତ୍ୱ ନ ରଖୁଥିବା ବ୍ୟକ୍ତିଙ୍କୁ ତାଗିଦ ଓ ସାନିଟାଇଜର ବ୍ୟବହାର ପାଇଁ ପଥପ୍ରାନ୍ତ ନାଟ୍ୟ ମାଧ୍ୟମରେ ସଚେତନ କରିଛନ୍ତି ।

ସେହିପରି ଆଜି ସକାଳୁ ଟାଉନ ଥାନା ପରିସର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ରଣା, ଉପଜିଲ୍ଲାପାଳ ପ୍ରଭାତ କୁମାର   ଡ଼ନସେନା, ଲୋକ ସମ୍ପର୍କ ଓ ସୂଚନା  ଅଧିକାରୀ କଲ୍ୟାଣୀ ଦାଶ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାହାରୀ ଏହି କାର୍ଯ୍ୟକ୍ରମକୁ କଳାକାରମାନଙ୍କୁ ମାସ୍କ ପିନ୍ଧାଇ ଆରମ୍ଭ କରିଥିଲେ । ତେବେ ଲୋକଙ୍କୁ ସଚେତନତା ପାଇଁ ଆଗରୁ ଗୀତ ମାଧ୍ୟମରେ ପୋଲିସ ପକ୍ଷରୁ ପ୍ରୟାସ  କରାଯାଇଛି ଆଜିର ନାଟ୍ୟ ମାଧ୍ୟମରେ ପ୍ରୟାସ ନିଶ୍ଚିନ୍ତ ଜନ ସଚେତନତା ପାଇଁ ସହାୟକ ହେବ ବୋଲି କହିଛନ୍ତି ଏଏସପି ଅମରେନ୍ଦ୍ର ରଣା । ସେହିପରି ଜନସାଧରଣ ସଚେତନ ହେଲେ ଯାଇ କରୋନା ହାରିବ ଭାରତ ଜିତିବ ତେବେ ସମସ୍ତଙ୍କୁ ସଜାଗ ହେବାକୁ ପଡିବ ବୋଲି କହିଛନ୍ତି ଏସିସି ସିମେଣ୍ଟ କାରଖାନାର  ସି .ଏସ .ଆର ମୁଖ୍ୟ ଏମ ଡ଼ି ଜମିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.