ନୂଆ ରଣନୀତି ଘୋଷଣା : ଭିମସାରର ଓପିଡି ୭ଦିନ ପାଇଁ ବନ୍ଦ, ବରଗଡ ମୁଖ୍ୟ ଚିକତ୍ସାଳୟ ୫ଦିନ ସଟ୍‌ଡାଉନ୍, ଏମ୍‌କେସିଜି ଶିଶୁ ରୋଗ ୱାର୍ଡ ହେଲା କୋଭିଡ୍ କେୟାର୍ ସେଣ୍ଟର୍

Published By : Prameya-News7 Bureau | July 19, 2020 IST

ଭୁବନେଶ୍ୱର ୧୯/୦୭ : ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ରଣ ନୀତି । ଏହା ଅନୁଯାୟୀ ଏମ୍.କେ.ସି.ଜି ମେଡିକାଲ୍ କଲେଜର ଓ.ପି.ଡି ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେପଟେ  ଭିମସାରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁଣି  ୭ଦିନ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ପୂରା ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।…

{"id":302691,"sizeSlug":"large"}

ରାଜ୍ୟ ସରକାରଙ୍କ ସର୍ବାଧିକ ଫୋକସ୍‌ରେ ଏବେ ଗଞ୍ଜାମ ଜିଲ୍ଲା । ଗଞ୍ଜାମ ପାଇଁ ଗତକାଲି ନୂଆ ରଣନୀତି ଘୋଷଣା କରାଯାଇଛି। ଆଜି ଏନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବିଶେଷକରି ଭିତ୍ତିଭୂମି ସଂପ୍ରସାରଣ, ଟେଲି ମେଡିସିନ୍ ଏବଂ ସଚେତନତା ଉପରେ ଗୁରୁତ୍ବ ଦିଆଯାଇଛି । ଏମ୍.କେ.ସି.ଜି ମେଡିକାଲ୍ କଲେଜର ଓ.ପି.ଡି ୨୪ ଘଣ୍ଟିଆ ଖୋଲାଯାଇଛି । ଏଥିସହ ଏମ୍. କେ.ସି.ଜି.ର ଶିଶୁ ରୋଗ ୱାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଓ ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବାକୁ ପଦକ୍ଷେପ ନିଆଯାଇଛି । କରୋନା ପଜିଟିଭଙ୍କ ମାନସିକ ଚାପ କମାଇବାକୁ ପରାମର୍ଶ ଦେବା ପାଇଁ ଜଣେ ମନସ୍ତତ୍ତ୍ବବିତ ପରାମର୍ଶଦାତାବାବେ  ରହିବେ । ସୁସ୍ଥ ହୋଇଥିବା ରୋଗୀଙ୍କୁ ମଧ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯିବ । ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କ ସୁବିଧା ପାଇଁ ଭେଷଜ, ଶଲ୍ୟ, ମାନସିକ ରୋଗ ଏବଂ ଶିଶୁରୋଗୀ ମାନଙ୍କ ସେବା ଟେଲି ମେଡିସିନ୍ ବ୍ୟବସ୍ଥା ଜରିଆରେ ଯୋଗାଇ ଦିଆଯାଉଛି ।

{"id":302692,"sizeSlug":"large"}

ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପୂରା ଜିଲ୍ଲାକୁ ଜୁଲାଇ ୨୧ ଯାଏଁ ଲକଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେବ । ମୁଖ୍ୟତଃ ପାରଳାଖେମୁଣ୍ଡି ମ୍ୟୁନିସପାଲିଟି, କାଶୀନଗର ଏନଏସି ଏବଂ ଜିଲ୍ଲାର ୭ଟି ବ୍ଲକରେ ଏହି କଟକଣା ରହିବ । ସେପଟେ ଭିମସାରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁଣି ୭ଦିନ ପାଇଁ ଓପିଡି ବନ୍ଦ କରାଯାଇଛି । ଆସନ୍ତାକାଲିଠାରୁ ୨୬ ତାରିଖ ଯାଏଁ ଓପିଡି ସେବା ବନ୍ଦ ରହିବ । ଏହାସହ ହସ୍ପିଟାଲରେ ସମସ୍ତ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ । କିନ୍ତୁ ଜରୁରୀକାଳିନ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ପ୍ରତିଦିନ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

{"id":302693,"sizeSlug":"large"}

ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଜଣେ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା  ଆଶଙ୍କାରେ ଚିକିତ୍ସାଳୟକୁ ୪୮ ଘଣ୍ଟା ସଟ୍ ଡାଉନ୍ କରାଯାଇଛି । ରାୟଗଡା ଜିଲ୍ଲାରେ ଆଜି ୮ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ଅଛନ୍ତି।  ଗୁଣପୁର ମେଡିକାଲର ଜଣେ ଏଏନଏମ ଓ ତାଙ୍କ ପରିବାରର ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଅନ୍ୟ ଜଣେ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବା ପରେ ରାୟଗଡା ଏବଂ ଗୁଣପୁର ମେଡିକାଲ ବିଶୋଧନ କରାଯାଇଛି ।

ଲକଡାଉନ୍ ଏବଂ ନୂତନ ରଣକୌଶଳ ଦ୍ବାରା କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରୁଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.