Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବିସ୍ମୟ ବାଳିକା ଆଲିସା : ଆଖି ବନ୍ଦ କରି ପଢି ପାରୁଛି ବହି

1/07/2019 at 9:40 AM

ବରଗଡ଼ ୧/୭ : ବରଗଡ଼ର ବିସ୍ମୟ ବାଳିକା ଆଲିସା । ଆଖି ବନ୍ଦ କରି ପଢି ପାରୁଛି ବହି । କଥା ଟା ବିଶ୍ୱାସ ହେଉ ନଥିଲେ ବି ସତ ଅଟେ । ପ୍ରଥମେ ପ୍ରଥମେ ଏ କଥା କୁ କେହି ବିଶ୍ୱାସ କରୁ ନ ଥିଲେ ପରେ ବିଭିନ୍ନ ସମୟରେ ଖେଳିବା ବାହାନାରେ ସେ ସାଙ୍ଗ ମାନଙ୍କ ସହିତ ନିୟମିତ ଆଖିରେ ପଟିବାନ୍ଧି ବିଭିନ୍ନ ବସ୍ତୁ ସମ୍ପର୍କରେ କହି ପାରୁଥିବା ଦେଖି ମା ନୁପୁର ଅଗ୍ରୱାଲ ଓ ପିତା ଦିନେଶ୍ ଅଗ୍ରୱାଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ନୁପୁର ଏବଂ ଦିନେଶ୍ ଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ମଝିଆଁ ହେଉଛନ୍ତି ଆଲିଶା । ସେ ଏବେ ବିକାଶ ଫାଷ୍ଟ ଷ୍ଟେପ ସ୍କୁଲରେ ତୃତୀୟ ଶ୍ରେଣୀ ରେ ପାଠ ପଢୁଛନ୍ତି । ଅନ୍ୟ ଝିଅଙ୍କ ଭଳି ସେ ସ୍ୱାଭାବିକ ଆଚରଣ କରିଥିଲା ଆଲିଶା । ମାତ୍ର ଗତ ୨୦ ତାରିଖ ରେ ହଠାତ ଆଲିଶା ମା ନୁପୁରକୁ କହିଲା ଯେ ସେ ଆଖି ବନ୍ଦ କରି ସବୁ ଜାଣି ପାରୁଛି ଏପରିକି ବହି ମଧ୍ୟ ପଢି ପାରୁଛି ।  

ପ୍ରଥମେ ପ୍ରଥମେ ମା ଏହାକୁ ଥଟ୍ଟା ଭାବେ ନେଉଥିଲେ ପରେ ଦେଖିଲେ ଯେ ଆଖିରେ ପଟି ବାନ୍ଧି, କୋଠରୀ ରେ ଲାଇଟ ବନ୍ଦ କରି ମଧ୍ୟ  ସବୁ ଜାଣି ପାରୁଥିବା ଦେଖି ନିଜେ ମଧ୍ୟ ଚକିତ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ୟ୍ଯର କଥା ହେଉଛି ତାସ ଶୁଙ୍ଘି ତାହା କେଉଁ ରଙ୍ଗର ତାସ କହି ଦେଇ ପାରୁଛି ଆଲିଶା ।

ବିସ୍ମୟ ବାଳିକା ଆଲିଶା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ତାକୁ ଦେଖିବା ପାଇଁ ତାଙ୍କ ଘରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି ।  ହେଲେ ମା ବାପା ଏବେ ଆଶ୍ଚର୍ଯ୍ୟ ହୋଇଛନ୍ତି ସତ ହେଲେଚିନ୍ତା ଘାରୁଛି କାରଣ କଣ ହୋଇଥାଇ ପାରେ ।

   Related Posts