ବରଗଡ ଭଟଲୀ ଛକରେ ଗୁଳିକାଣ୍ଡ

Published By : Prameya-News7 Bureau | June 02, 2018 IST

ବରଗଡ ଭଟଲୀ ଛକରେ ଗୁଳିକାଣ୍ଡ । ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ସୋହେଲାର ବୁଲୁ ସତନାମୀ । ବୁଲୁଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରୁ ପିସ୍ତଲ ଓ ଖୋକା ଜବତ କରିଛି । ବୁଲୁ ଭଟଲି ଛକରେ ୩ ଜଣ ସାଙ୍ଗଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ସେହି ସମୟରେ ବୁଲୁଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହି ଘଟଣାରେ ବୁଲୁଙ୍କ ସହ ଥିବା ୩ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି ଭଟଲୀ ପୋଲିସ । ପୂର୍ବ ଶତୃତାରୁ ତାଙ୍କୁ ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.