Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବରଗଡ ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟ ଗିରଫ

26/07/2018 at 11:35 AM

ବରଗଡ ଜିଲ୍ଲା ଭଟଲି ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟ ଗିରଫ । ଗତକାଲି ବରଗଡ ଏସ୍ ପି ଇରାଶିଷଙ୍କୁ ୨୨ ଘଣ୍ଟା ଧରି ଜେରା କରିଥିଲେ । ଜେରା କରିବା ପରେ ଇରାଶିଷଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ଦିନ ଇରାଶିଷ ଭୁବନେଶ୍ବରରେ ଥିଲେ । ତେଣୁ ସେ କେମିତି ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି । ରାଜନୈତିକ ଅସୂୟା ରଖି ଗିରଫ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୂର୍ବରୁ ପୋଲିସ ୨ଜଣ ବିଜେପି କର୍ମୀଙ୍କୁ ଗିରଫ କରି ସାରିଛି । ଦୁଇ ଗିରଫ ହେଲେ ପ୍ରମୋଦ ପୋଢ ଓ ବବୁଲୁ ନାଗ । ଗତ ଜୁନ୍ ପହିଲାରେ ଭଟଲି କୁସନପୂରି ଗାଁର ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କ ଘର ପରିସରରେ ୫ଜଣ ଯୁବକ ଭୋଜି କରୁଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ବବଲୁ ଓ ପ୍ରମୋଦଙ୍କ ଗୁଳିରେ ବୁଲୁ ଓରଫ ନାରାୟଣ ସତନାମୀଙ୍କ ମୃତ୍ୟୁ ହୋଇଥିଲା ।

   Related Posts