ଚିନ୍ତାରେ ବରଗଡ଼ର ଚାଷୀ

Published By : Prameya-News7 Bureau | June 17, 2018 IST

କେତେବେଳେ ଅଦିନିଆ ବର୍ଷା ତ ଆଉ କେତେବେଳେ ରୋଗପୋକ ଦାଉ । ପୁଣି କିଛି ଦିନ ତଳେ ନକଲି କୀଟନାଶକ ଔଷଧ ପାଇଁ ଚାଷ ଉଜାଡ଼ିଥିବା ବରଗଡ଼ ଜିଲ୍ଲାର ଚାଷୀ ଏବେ ନକଲି ଧାନ ବିହନ ପାଇଁ ଚିନ୍ତାରେ । ଭୱ ବିହନ ଭାବି କଂପାନି ଠାରୁ ନେଇଥିଲେ, ହେଲେ ଅମଳ ହେଉଛି ଅଗାଡ଼ି । ଚିନ୍ତାରେ ବରଗଡ଼ର ଚାଷୀ । ନିମ୍ନମାନର ବିହନ ଯୋଗାଇଥିବା ନୁଜିବିଡୁ ସିଡସ୍ ଲିମିଟେଡ୍ କମ୍ପାନି ବିରୋଧରେ ଚାଷୀଙ୍କ ଅସନ୍ତୋଷ । ଅମଳ ପରେ ଧାନ କିଣିବାକୁ ଚୁକ୍ତି କରି କଂପାନି ଯୋଗାଇ ଦେଇଥିଲା ବିହନ । ମାତ୍ର ଅମଳ ବେଳକୁ ସବୁ ଅଗାଡ଼ି । ଏକରେ କି ଦି ଏକର ନୁହେଁ ପାଖାପାଖି ୧୧୦ ଏକର ଜମିରେ ଉଜୁଡ଼ି ଯାଇଛି ଚାଷ । ମାସେ ହେଲା ଲୋକେ ଗୁହାରୀ କରି କିଛି ନହେବାରୁ କଂପାନି ଗେଟରେ ତାଲା ପକାଇ ଲୋକେ ଧାରଣାରେ ବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.