Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବରଗଡ ଆଇନସେବା ପ୍ରାଧିକରଣ ପକ୍ଷରୁ ଗାଁ ଗାଁରେ ବୁଲିଲା କୋଭିଡ୍ ସଚେତନତା ରଥ, ବଣ୍ଟାଗଲା ଶୁଖିଲା ଖାଦ୍ୟ ସହ ମାସ୍କ ଓ ସାନିଟାଇଜର୍

23/05/2021 at 10:13 PM

ଭୁବନେଶ୍ବର୨୩।୫: କରୋନା ମହାମାରୀର ଦ୍ବିତୀୟ ଲହର ଲୋକଙ୍କୁ କଲବଲ କରୁଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି । ଏହି ସମୟରେ କୋଭିଡ୍ ନିୟମ ପାଳନ କରିବା ସହ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗତ ୨୧ ତାରିଖରୁ ବରଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ୍ ସଚେତନତା ରଥ ବାହାରିଛି ।

ଏହି ସଚେତନ ରଥକୁ ବରଗଡ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୟ ସାହୁ ଶୁଭାରମ୍ଭ କରିଥିଲେ । ରବିବାର ଏହି ସଚେତନତା ରଥ ପଦ୍ମପୁର କୋର୍ଟ ପରିସରରେ ପହଞ୍ଚିବା ପରେ ସିନିୟର ସିଭିଲ୍ ଜଜ୍ ଅଭିନନ୍ଦିତା ପଣ୍ଡା ଓ ଏସଡିଜେଏମ ବି.ଡି.ଡି ଚନ୍ଦନା ଏହାର ଶୁଭାରମ୍ଭ କରିଥିଲେ ।

ଏହି ସଚେତନତା ରଥଟି ସରକାରଙ୍କ କୋଭିଡ୍ ନିୟମକୁ ପ୍ରଚାର ପ୍ରସାର କରିବା ପାଇଁ ପଦ୍ମପୁର ଅଞ୍ଚଳର ବିଭିନ୍ନ ଗାଁ ଗାଁରେ ବୁଲିଥିଲା । ଏହାସହ ଗାଁଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯଥା ମାସ୍କ, ସାନିଟାଇଜର, ସାବୁନ, ଶୁଖିଲା ଖାଦ୍ୟ ଆଦି ବଣ୍ଟାଯାଇଥିଲା ।

ପ୍ରଥମେ ଏହି ସଚେତନତା ରଥଟି ବୁଡେନ ଥାନା ଅନ୍ତର୍ଗତ ବୁଡାମାଲ ଗାଁରେ ପହଞ୍ଚି ଗ୍ରାମବାସୀମାନଙ୍କୁ ମାସ୍କ, ସାନିଟାଇଜର ଆଦି ବାଣ୍ଟିଥିଲା । ଏହାପରେ ପଦ୍ମପୁର ଥାନା ଅନ୍ତର୍ଗତ ଗଞ୍ଜାଗୁଡା ଗାଁରେ ରନ୍ଧାଖାଦ୍ୟ, ମାସ୍କ ଆଦି ବଣ୍ଟନ କରାଯାଇଥିଲା । ଏହାପରେ ଏହି ସଚେତନତା ରଥଟି ପାଇକମାଲ ଥାନା ଖଲାବାହାଲ ଗ୍ରାମବାସୀମାନଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଏବଂ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପଦ୍ମପୁର ମାରଓ୍ବାଡୀ ଯୁବ ମଞ୍ଚର ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ପଦ୍ମପୁର ସିନିୟର ସିଭିଲ ଜଜ୍ ଅଭିନନ୍ଦିତା ପଣ୍ଡା ଓ ଏସଡିଜେଏମ ବି.ଡି.ଡି ଚନ୍ଦନା ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଇଥିଲେ । ସର୍ବଦା ମାସ୍କ ପିନ୍ଧିବା ଏବଂ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଲାଗି ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ଅଜିତ କୁମାର ଶତପଥୀ, ଆଇନଜୀବୀ ଶାମଶେଖର ସାହୁ, ବୁଡେନ୍ ଓ ପାଇକମାଲ ଥାନା ଅଧିକାରୀ, ସମାଜସେବୀ ସୁମିତ କୁମାର ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts