ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ୧୧ଦିନ ଧରି ଚାଲିବ କୃଷ୍ଣଙ୍କ ବାଲ୍ୟଲୀଳା

Published By : Prameya-News7 Bureau | December 31, 2019 IST

ବରଗଡ ୩୧।୧୨: ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବରଗଡ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଛନ୍ତି । ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୀତ ହେବ ପୌରାଣିକ କଥାବସ୍ତୁକୁ ନେଇ କୃଷ୍ଣଙ୍କ ବାଲ୍ୟଲୀଳା । ବରଗଡ଼ ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଚାଲିବ ମହାରାଜା କଂସଙ୍କ ରାଜୁତି । ମହାରାଜା କଂସଙ୍କ ଗର୍ଜନରେ ଥରହର ହେବ ମଥୁରା ନଗରୀ ।

{"id":205199,"sizeSlug":"large"}

ବରଗଡ ହାଟପଦାଠାରେ ରାଜଦରବାର ଓ ନିଶାମଣୀ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ ରଙ୍ଗମହଲ । ଧନୁଯାତ୍ରାକୁ ସରସ ସୁନ୍ଦର କରିବା ଲାଗି ଧନୁଯାତ୍ରା କମିଟି ସମସ୍ତ ପ୍ରସ୍ତୁତି କରିସାରିଛି । ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା।

ମହାରାଜା ଉଗ୍ରସେନଙ୍କ ରାଜ ସିଂହାସନ ଆରୋହଣ, ଉଗ୍ରସେନଙ୍କ ଗାଦିଚ୍ୟୁତ, ଯୁବରାଜରୁ ମଥୁରାପତି କଂସ, ଦେବକୀ ବାସୁଦେବଙ୍କ ରାଜକୀୟ ଉତ୍ସବ, ଦେବକୀ ବାସୁଦେବଙ୍କୁ କାରାଗାରରେ ବନ୍ଦୀ, ଦେବକୀଙ୍କ ଅଷ୍ଟମଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ, ନନ୍ଦଉତ୍ସବ ଆଦି ଦୃଶ୍ୟ ଅଭିନୀତ ହେବ। ରାଜଦରବାରରେ ଓ ରଙ୍ଗମହଲରେ ପ୍ରତ୍ୟେକ ଦିନ ଚାଲିବ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.