ଆଜିଠୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା : ବରଗଡ ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହେବ ଗୋପପୁର, ଚାଲିବ ମହାରାଜା କଂସଙ୍କ ରାଜୁତି

Published By : Prameya-News7 Bureau | December 31, 2019 IST

ବରଗଡ ୩୧।୧୨: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୀତ ହେବ ପୌରାଣିକ କଥାବସ୍ତୁକୁ ନେଇ କୃଷ୍ଣଙ୍କ ବାଲ୍ୟଲୀଳା । ବରଗଡ଼ ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଚାଲିବ ମହାରାଜା କଂସଙ୍କ ରାଜୁତି । ମହାରାଜା କଂସଙ୍କ ଗର୍ଜନରେ ଥରହର ହେବ ମଥୁରା ନଗରୀ ।

{"id":205029,"sizeSlug":"large"}

ବରଗଡ ହାଟପଦାଠାରେ ରାଜଦରବାର ଓ ନିଶାମଣୀ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ ରଙ୍ଗମହଲ । ଧନୁଯାତ୍ରାକୁ ସରସ ସୁନ୍ଦର କରିବା ଲାଗି ଧନୁଯାତ୍ରା କମିଟି ସମସ୍ତ ପ୍ରସ୍ତୁତି ସାରିଛି । ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା।

{"id":205030,"sizeSlug":"large"}

ମହାରାଜା ଉଗ୍ରସେନଙ୍କ ରାଜ ସିଂହାସନ ଆରୋହଣ, ଉଗ୍ରସେନଙ୍କ ଗାଦିଚ୍ୟୁତ, ଯୁବରାଜରୁ ମଥୁରାପତି କଂସ, ଦେବକୀ ବାସୁଦେବଙ୍କ ରାଜକୀୟ ଉତ୍ସବ, ଦେବକୀ ବାସୁଦେବଙ୍କୁ କାରାଗାରରେ ବନ୍ଦୀ, ଦେବକୀଙ୍କ ଅଷ୍ଟମଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ, ନନ୍ଦଉତ୍ସବ ଆଦି ଦୃଶ୍ୟ ଅଭିନୀତ ହେବ। ରାଜଦରବାରରେ ଓ ରଙ୍ଗମହଲରେ ପ୍ରତ୍ୟେକ ଦିନ ଚାଲିବ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.