ଧୁମ୍‌ଧାମ୍‌ରେ ଚାଲିଛି ବରଗଡ ଧନୁଯାତ୍ରା, ପଞ୍ଚମ ଦିନର ମୁଖ୍ୟ ଆକର୍ଷଣ ଥିଲା ଜାମାଲାର୍ଜୁନ ଭଞ୍ଜନ ଓ କାଳୀୟ ଦଳନ ଦୃଶ୍ୟ

Published By : Prameya-News7 Bureau | January 05, 2020 IST

ବରଗଡ ୫।୧: ଷଷ୍ଠ ଦିନରେ ପହଞ୍ଚିଛି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି ଉଭୟ ମଥୁରାନଗରୀ ଓ ଗୋପପୁରରେ ଅଭିନୀତ ହେବ ଧନୁଯାତ୍ରାର ଶ୍ରେଷ୍ଠ ଦୃଶ୍ୟ । କୃଷ୍ଣଙ୍କ ହାତରେ ଆସନ୍ନ ମୃତ୍ୟୁର ଦୈବବାଣୀକୁ ନେଇ ମାନସିକ ଅବସାଦରେ ଗତି କରୁଛନ୍ତି ମହାରାଜ କଂସ । ପଡ଼ୋଶୀ ରାଜ୍ୟର ରାଜା ଓ ରାଜକୁମାରଙ୍କୁ ନେଇ ମହାରାଜଙ୍କ ନେତୃତ୍ବରେ ଚାଳିବ ରଂଗସଭା । ପ୍ରସ୍ତୁତ ହେବ କୃଷ୍ଣଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର । ଏହା ସହିତ ମଥୁରା ନଗରୀର ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବେ କଂସ । ଏଥିପାଇଁ ମହାରାଜ କଂସଙ୍କ ନିର୍ଦ୍ଦେଶରେ ରାଜଦରବାରରେ ପହଞ୍ଚିବେ ଜିଲ୍ଲାପାଳଙ୍କଠୁ ନେଇ ଜିଲ୍ଲା ପ୍ରଶାସନ ଅଧିକାରୀ । ସେହିପରି ଗୋପଲୀଳାରେ ଶ୍ରୀକୃଷ୍ଣଙ୍କ ଦ୍ବାରା ଚାଳିଛି ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ।

{"id":207229,"sizeSlug":"large"}

କୃଷ୍ଣ ଚିନ୍ତାରେ କଂସ । ଦୈବବାଣୀରେ ପରେ ଶୂନ୍ୟବାଣୀଙ୍କୁ ନେଇ ଚିନ୍ତିତ ପଡ଼ିଛନ୍ତି ମହାରାଜ କଂସ । ପ୍ରଥମେ ମହାମାୟାବୀ ପୁତୁନାଙ୍କ ସହିତ ଷଡ଼ମଲ୍ଲବୀରଙ୍କୁ କୃଷ୍ଣ ହତ୍ୟା କରିବା ପରେ କୃଷ୍ଣଙ୍କ ଆଗରେ ଶରଣାଗତ ହେଉଛି ମହାବଳଶାଳୀ ମୟାବୀ କଳୀୟନାଗ । ଖବରପାଇ କଂସ ବିଚଳିତ । ଶୂନ୍ୟବାଣୀ କାଳେ ସତ ହୋଇଯିବ ଏହାକୁ ନେଇ ଭାଳେଣିରେ ପଡ଼ିଛନ୍ତି ମହାରାଜ । ମନ୍ତ୍ରୀ ପରିଷଦ ବର୍ଗଙ୍କୁ ନେଇ ରାଜଦରବାରରେ ଡକାଇଥିଲେ ଆାପାତ ବୈଠକ ।

{"id":207230,"sizeSlug":"large"}

କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ରଚିତ ହେଲା ଷଡ଼ଯନ୍ତ୍ର । ପଡ଼ୋଶୀ ରାଜ୍ୟର ରାଜା ଓ ରାଜକୁମାରଙ୍କୁ ଡକାଯିବାକୁ ବୈଠିକରେ ନିଆଗଲା ନିଷ୍ପତ୍ତି । ସମସ୍ତଙ୍କୁ ନେଇ ରଂଗସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ ମହାରାଜ କଂସ । ମଗଧ ରାଜା ଜରାସନ୍ଧଙ୍କ ରାଜ୍ୟକୁ ଅ।କ୍ରମଣ କରିଥିଲେ ମହାରାଜ କଂସ । ଜରାସନ୍ଧଙ୍କୁ ପରାସ୍ତ କରିଥିଲେ କଂସ । ପରାଜିତ ହେବା ପରେ ତାଙ୍କ ଅଲିଅଳ ଦୁଇ ଝିଅ ହେତୀ ଓ ପ୍ରହେତୀକୁ କଂସଙ୍କୁ ଅର୍ପଣ କରି ବିବାହ କରିଥିଲେ । ପଡ଼ୋଶୀ ରାଜ୍ୟର ରାଜା ଓ ରାଜକୁମାରଙ୍କୁ ଡକାଯିବାକୁ ବୈଠକରେ ନିଆଗଲା ନିଷ୍ପତ୍ତି । ସମସ୍ତଙ୍କୁ ନେଇ ରଂଗସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ ମହାରାଜ କଂସ ।

{"id":207231,"sizeSlug":"large"}

ସେହିପରି କୃଷ୍ଣ ବଳରାମକୁ ନେଇ ଗୋପପୁରରେ ଖେଳିଯାଇଛି ଆନନ୍ଦର ଲହରୀ । ସେହିପରି ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଥିଲା । ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା ଯଶୋଦା  କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇଙ୍କୁ ମୁକ୍ତ କରିଥିବା ବେଳେ  କୃଷ୍ଣଙ୍କୁ  ଇନ୍ଦ୍ର ମୋହନ ବଂଶୀ ପ୍ରଦାନ   କରିଥିଲେ ।  ପୁତନା ସହିତ  ଷଡ଼ମଲ୍ଲବୀରଙ୍କ ହତ୍ୟା ପରେ କାଳୀୟନାଗକୁ ଗୋପକୁ ପଠାଇ ଥିଲେ ମହାରାଜ କଂସ ।

{"id":207232,"sizeSlug":"large"}

କାଳୀନ୍ଦ୍ରୀ ହ୍ରଦ ପାଖରେ ଗୋପାଳ ବାଳକଙ୍କ ସହିତ କୃଷ୍ଣ ବଳରାମଙ୍କ ବଣ ଭୋଜି କରୁଥିବାବେଳେ ପାଣି ପିଇବାକୁ ହ୍ରଦ ପାଖକୁ ଯାଇଥିଲେ କୃଷ୍ଣ । କୃଷ୍ଣଙ୍କୁ ହତ୍ୟା କରିବା ପାଇଁ କାଳୀନ୍ଦ୍ରୀ ହ୍ରଦରେ ବିଚରଣ କରୁଥିଲା କାଳୀୟନାଗ । କୃଷ୍ଣଙ୍କୁ ଆକ୍ରମଣ କରିବା ପୂର୍ବରୁ କୃଷ୍ଣଙ୍କ ଆଗରେ ଶରଣ ପଶିଥିଲେ କାଳୀୟନାଗ ।  କୃଷ୍ଣଙ୍କ ଅଲୌକିକ ଶକ୍ତି ପ୍ରର୍ଦଶନ ଆଗରେ ହାର ମାନୁଛନ୍ତି ସମସ୍ତେ । ଏ ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଥିଲା ପ୍ରବଳ ଭକ୍ତଙ୍କ ଭିଡ଼ ।

{"id":207233,"sizeSlug":"large"}

ମଥୁରା ନଗରୀର ରାଜଦରବାର ଓ ରଙ୍ଗମହଲରେ ଚାଳିଛି ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ କାର୍ଯ୍ୟକ୍ରମ । ଢୋଲ, ନିଶାନ, ତାସା, ମୁହୁରୀରେ ଗର୍ଜିଉଠୁଛି ମଣ୍ଡପ । ରସର୍‌କେଲି, ମାଏଲାଜଡ଼ ନୃତ୍ୟରେ ଝୁମି ଉଠୁଛନ୍ତି ନୃତ୍ୟାଙ୍ଗନାଙ୍କ ସହିତ ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.