Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମଥୁରା ନଗରୀରେ କଂସଙ୍କ ରାଜୁତି, କାରାଗାରରେ ଜନ୍ମନେଲେ ଭଗବାନ ଶ୍ରୀକୃଷ୍ଣ

3/01/2020 at 10:10 AM

ବରଗଡ ୩।୧: ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଗତକାଲି ତୃତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇ ପଡିଛି ସାରା ଗୋପପୁର । ସମସ୍ତ ଗୋପପୁରବାସୀ ସମେତ ନନ୍ଦାରାଜ ଓ ରାଣୀ ଖୁସିରେ ଆନନ୍ଦ ବିଭୋର ହୋଇ ପଡିଛନ୍ତି ।

ବୃଦ୍ଧ କାଳରେ ନନ୍ଦ ରାଣୀଙ୍କ କୋଳରେ ଜନ୍ମ ନେଇଛି ପୁତ୍ର ସନ୍ତାନ ଯାହାକୁ ନେଇ ନନ୍ଦ ରାଜା ଆଦେଶ ଦେଇଛନ୍ତି ପାଳନ କରିବା ପାଇଁ ନନ୍ଦ ଉତ୍ସବ । ସେଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇ ପଡିଛି । ଭଗବାନ ଶ୍ରୀକୃଷ୍ଣଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯିବା ସହ ଦୋଳି ଝୁଲା ଏବଂ ରାସ ନୃତ୍ୟରେ ମାତିଥିଲେ ଗୋପପୁରବାସୀ ।

ସେହିପରି ତୃତୀୟ ଦିବସରେ ଗୋପପୁରରେ ନନ୍ଦ ରାଜାଙ୍କ ଦରବାରକୁ ବରଗଡର ଏସପି ପଦ୍ମିନୀ ସାହୁ ଉଦଘାଟନ କରିଥିଲେ । ଦେବକୀଙ୍କ ସନ୍ତାନ ଜନ୍ମ ଖବର ପାଇ ମହାରାଜା କଂସ ପହଞ୍ଚିଥିଲେ ମଥୁରା ନଗରୀ କାରାଗାରରେ । ସେଠାରେ ଦେବକୀଙ୍କ କୋଳରୁ ନବଜାତ ସନ୍ତାନକୁ ଛଡାଇ ଦର୍ପଣ ଶୀଳାରେ ପ୍ରହାର କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମହାରାଜ କଂସ ।

ଧନୁଯାତ୍ରାର ଚତୁର୍ଥ ଦିବସରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଲା, କୃଷ୍ଣ ବଲରାମଙ୍କ ହସ୍ତରେ କଂସଙ୍କ ପ୍ରେରିତ ପୁତନା ସମେତ ଷଡମଲ୍ଲ ରାକ୍ଷସ ରାକ୍ଷସୀଙ୍କ ସଂହାର । ସେହିପରି ମହାରାଜା କଂସଙ୍କ ଦିଗ୍ ବିଜୟ ସହିତ ଗୋପପୁରେ ଶତ୍ରୁ ନିଧନ ସମ୍ଭାବନାରେ ଉତଫୁଲିତ କଂସ ନୃତ୍ୟ ଗୀତରେ ମସଗୁଲ ରହିବାର ଦୃଶ୍ୟ ଅଭିନୀତ ହେବ ।

   Related Posts