ଧନୁଯାତ୍ରା ପ୍ରସ୍ତୁତିରେ କମ୍ପୁଛି ଆଖଡାଶାଳ : ମହାରାଜ କଂସଙ୍କ ଅଟ୍ଟହାସ୍ୟ, ନୂଆ ଦୃଶ୍ୟ ଲାଗି କୃଷ୍ଣ ବଳରାମଙ୍କ ଅଭ୍ୟାସ

Published By : Prameya-News7 Bureau | December 23, 2019 IST

ବରଗଡ ୨୩।୧୨: ଡିସେମ୍ବର ୩୧ ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଦୁଲୁକିବ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଆଉ ଏହି ଯାତ୍ରାକୁ ଆକର୍ଷଣୀୟ କରିବାକୁ ଚାଲିଛି ଜୋରସୋର ଅଭ୍ୟାସ । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଧନୁଯାତ୍ରାର ମଥୁରା ନଗରୀ ପାଇଁ କଳାକାର ମଞ୍ଚଭ୍ୟାସ ଜାରି ରଖିଥିବାବେଳେ ଗୋପପୁରରେ ଗୋପାଳ ବାଳକ ଓ ଗୋପଙ୍ଗନା ମାନଙ୍କ ସହ କୃଷ୍ଣ ବଳରାମ ମଧ୍ୟ ନିଖୁଣ ଅଭିନୟ ପାଇଁ ଅଭ୍ୟାସ ଚଳାଇଛନ୍ତି ।

{"id":201554,"sizeSlug":"large"}

ଗୋଟେ ପଟେ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଫାଟି ପଡୁଛି ସମଗ୍ର ପରିବେଶ । ଅନ୍ୟପଟେ ଚାଲିଛି ଗୋପାଳ ବାଳକଙ୍କ ସହ କୃଷ୍ଣ ବଲରାମଙ୍କ ନିଖୁଣ ଅଭିନୟର ଅଭ୍ୟାସ । ବରଗଡ ଧନୁଯାତ୍ରା ପାଇଁ ଜୋରସୋରରେ  ଅଭ୍ୟାସ ଚଳାଇଛନ୍ତି ସମସ୍ତ କଳାକାର । ନିର୍ଦ୍ଦେଶକ ନିର୍ଦ୍ଦେଶନା ବି ଦେଉଛନ୍ତି । ଆଉ ସେହି ଅନୁସାରେ ପ୍ରାକ୍ଟିସ୍ ଚାଲିଛି ।

{"id":201558,"sizeSlug":"large"}

ଗୋଟିଏ ପରେ ଗୋଟିଏ ଦୃଶ୍ୟ କିଭଳି ଜୀବନ୍ତ ଅଭିନୀତ କରାଯାଇପାରିବ ସେ ନେଇ ରିହର୍ସାଲ କରୁଛନ୍ତି କଳାକାର । କୃଷ୍ଣ ବଳରାମଙ୍କ ସହ ଗୋପପୁରବାସୀ ମଧ୍ୟ ପ୍ରସ୍ତୁତିରେ ଲାଗିଛନ୍ତି । ନନ୍ଦଉତ୍ସବ, କାଳୀୟଦଳନ, ବସ୍ତ୍ରହରଣ, ରାକ୍ଷସ ଗଣ ନିଧନ ଓ କୃଷ୍ଣ  ବଳରାମଙ୍କ ବିଦାୟୀ ଦୃଶ୍ୟକୁ ଅଭିନୟ କରିବା ପାଇଁ ଜୋରସୋରରେ ଲାଗିଛନ୍ତି କଳାକାର । ଚଳିତ ବର୍ଷ କୃଷ୍ଣ ଭୂମିକାରେ ଆୟୁସ ବିରତିୟା ଓ ବଳରାମ ଭୂମିକାରେ ଆଶୁତୋଷ ବିରତିୟା ନଜର ଆସିବେ ।

{"id":201559,"sizeSlug":"large"}

ମହାଭାରତ, ହରିବଂଶ ପୁରାଣ, ଶ୍ରୀମଦ୍ ଭାଗବତ ଗୀତା ଆଦିର ପୌରାଣିକ କଥାବସ୍ତୁକୁ ଆଧାର କରି ବରଗଡ ଧନୁଯାତ୍ରାର ଗୋପପୁର ପାଇଁ ନିର୍ଦ୍ଦେଶନା ଦେଉଛନ୍ତି ପଞ୍ଚାନନ ବିରତିୟା । ଚଳିତ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ କିଛି ନୂତନ ଦୃଶ୍ୟ ଅବତାରଣ କରାଯାଉଥିବାର ନିର୍ଦ୍ଦଶେକ କହିଛନ୍ତି । ସେହିପରି ପର୍ଯ୍ୟାୟ କ୍ରମେ ଅନ୍ୟ କଳାକାରମାନଙ୍କ ସହ ଅଭିନୟ ଅଭ୍ୟାସ ଜାରି ରହିଥିବା କହିଛନ୍ତି ନିର୍ଦ୍ଦେଶକ । 

{"id":201560,"sizeSlug":"large"}

୭୧ ବର୍ଷରେ ପଦାର୍ପଣ କରିଥିବା ବରଗଡ ଧନୁଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଏବେ ଅପେକ୍ଷା ଡିସେମ୍ବର ୩୧କୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.