ହାଇକୋର୍ଟରେ ବରଗଡ ହାଜତ ମୃତ୍ୟୁ ଅଭିଯୋଗ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା ଦାୟର

Published By : Prameya-News7 Bureau | October 04, 2021 IST

କଟକ ୪।୧୦: ହାଇକୋର୍ଟରେ ପହଞ୍ଚିଲା ବରଗଡ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଘଟଣାର ସିବିଆଇ ତଦନ୍ତ ସହ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ଦାୟର ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏକ ପୁରୁଣା ମାମଲାରେ ବରଗଡ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.