Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ୭୨ଘଣ୍ଟା ସଟ୍‌ଡାଉନ୍

28/08/2020 at 12:56 PM

ବରଗଡ଼ ୨୮।୦୮: ଅଣାୟତ ହୋଇଚାଲିଛି କରୋନା । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇରହିଛି । ଏହିପ୍ରରିପେକ୍ଷୀରେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ବରଗଡ଼ ଜିଲ୍ଲାରୁ ମଧ୍ୟ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାପରେ ଜିଲ୍ଲାପାଳଙ୍କ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ  ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ଆକ୍ସନମୋଡରେ ଆସିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ବରଗଡ଼ ଜିଲ୍ଲାପାଳ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାପାଳ ୨୮ ତାରିଖରୁ ୩୦ତାରିଖ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି । ଏହି କଟକଣା ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ସାନିଟାଇଜ କରାଯିବା ସହ ଅନେକ ସତର୍କତା  ମୂଳକ ପଦକ୍ଷେପ ଗ୍ରହଣ କରାଯିବ ।  

   Related Posts