ବରଗଡ ବନ୍ଦ ଡାକରା ଦେଲା ମୋଟର ଚାଳକ ସଙ୍ଘ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଗଡିବନି ଅଖଚକ

Published By : Prameya-News7 Bureau | July 27, 2021 IST

ବରଗଡ, ୨୭/୦୭ :  ମୋଟର ଚାଳକ ମାନଙ୍କୁ ସହାୟତା ପ୍ରଦାନ ଦାବି ନେଇ ଓଡିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ  ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି । ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ଯାନ ବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିବ ।

ସମାଜର ପ୍ରତ୍ୟକ କ୍ଷେତ୍ରରେ ମୋଟର ଚଳକଙ୍କ ସହଯୋଗ ରହିଥାଏ । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ଚାଳକଙ୍କ ଜୀବନ ଜୀବିକା ସୂତାଖିଅରେ ଚାଲୁଛି ।ଏଣୁ ମୋଟର ଚାଳକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।

 ଏଣୁ ମୋଟର ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ କରୋନାରେ ପ୍ରାଣ ହରାଇଥିବା ଚାଳକଙ୍କୁ  ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି ହୋଇଛି ।ସେହିପରି ବେକାର ହୋଇଥିବା ଚଳକଙ୍କୁ ୧୦ ହଜାର ଟଙ୍କା ସହାୟତା ପାଇଁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.