ବିନ୍ଧ୍ୟବାସିନୀ ପାହାଡରେ ପିଙ୍କିକୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ ହତ୍ୟାକାଣ୍ଡ ପଛର କାରଣ...

Published By : Prameya-News7 Bureau | December 09, 2018 IST

ବରଗଡ ୯|୧୨: ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଟାଙ୍ଗରପାଲି ବିନ୍ଧ୍ୟବସିନୀ ପାହାଡ଼ରେ ନାବାଳିକାଙ୍କୁ ହତ୍ୟା ଘଟଣାରେ ପୋଲିସ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଭେଡେନ ଥାନାଅନ୍ତର୍ଗତ ଥୁଆପାଲି ଗାଁର ଗୌରୀ ଶଂକର ବାରିକଙ୍କ ୧୮ ବର୍ଷ ବୟସର ପୁଅ କୈଳାସ ବାରିକ ଏବଂ ରାମସାଗର ସାହାଣୀଙ୍କ ପୁଅ ରମେଶ ଓରଫ ଛୋଟୁ ସାହାଣୀ । ଗତ ୩ ତାରିଖ ଦିନ ଏମାନେ ଭେଡେନ ଥାନା ଅନ୍ତର୍ଗତ ମାନପୁର ଗାଁ ନିକଟସ୍ଥ ଫଟାଟିକ୍ରାର ୧୬ ବର୍ଷ ବୟସ୍କା ନାବାଳିକା ପିଙ୍କିମିର୍ଧାଙ୍କୁ ମଟର ସାଇକଲରେ ବସାଇ ବିନ୍ଧ୍ୟବାସିନୀ ପାହାଡକୁ ନେଇ ହତ୍ୟା କରିଥିଲେ ।  ଗତକାଲି ସଂଧ୍ୟାରେ ବିନ୍ଧ୍ୟବାସିନୀ ପାହାଡରୁ ପିଙ୍କିଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଥିଲା । ତେବେ ଏହି ଘଟଣାକୁ ହାଲକା ବାବେ ନେଇଥିବା କାରଣରୁ ରୁସୁଡା ଫାଣ୍ଡିରଫାଣ୍ଡି ଅଧିକାରୀଙ୍କୁ ବରଗଡ ଏସପି ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିବା ସହ କାରଣ ଦର୍ଶାଅ ନୋଟିସଜାରୀ କରିଛନ୍ତି ।

{"id":62394}

ଘଟଣାରୁ ପ୍ରକାଶ ଯେ,ଅଭିଯୁକ୍ତ କୈଳାସ ଓ ମୃତା ପିଙ୍କି ଭେଡେନ କଲେଜରେ ପଢୁଥିଲେ । ଏମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ବିବାହ କରିବା ପାଇଁ କୈଳାସ ଉପରେ ପିଙ୍କି ବରାବର ଚାପ ପ୍ରୟୋଗ କରୁଥିଲା । ଏହି କାରଣରୁ ପିଙ୍କିକୁ ରାସ୍ତାରୁ ହଟାଇବା ପାଇଁ କୈଳାସ ଯୋଜନା କରିଥିଲା । ଏହି ଯୋଜନାରେ ତାକୁ ସହଯୋଗ କରିଥିଲା ତାରି ଗାଁର ସାଂଗ ଛୋଟୁ । ୩ ତାରିଖ ଦିନ ଏମାନେ ବିବାହ କରିବାର ପ୍ରଲୋଭନ ଦେଖାଇ ପିଙ୍କିକୁ ରାତି ୧୨ଟା ବେଳେ ଘରୁ ଡାକି ନେଇ ଏକ ପଲସର ମଟର ସାଇକଲରେ ବିନ୍ଧ୍ୟବାସିନୀ ପାହାଡର ଜଂଗଲକୁ ନେଇଯାଇଥିଲେ । ସେଠାରେ ଦୁଇଜଣ ମିଶି ପିଙ୍କିର ବେକକୁ ଓଡଣୀରେ ଚିପିହତ୍ୟା କରିଥିଲେ ।

{"id":62395}

୪ତାରିଖ ଦିନ ପିଙ୍କିର ମା ସତ କୁମାରୀ ମିର୍ଦ୍ଧା ରୁସୁଡା ଫାଣ୍ଡିରେ ଝିଅ ନିଖୋଜ ହେବା ନେଇ ଖବର ଦେଇଥିଲେ । ତେବେ ରୁସୁଡା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ପାତ୍ରଘଟଣାକୁ ଗୁରୁତ୍ବ ନଦେଇ ନିଜେ ଝିଅକୁ ଖୋଜିବା ପାଇଁ ସତ କୁମାରୀଙ୍କୁ ପରାମର୍ଶ ଦେଇଥିଲେ । ମୃତାପିଙ୍କିଙ୍କର ପିତା ଉପେନ୍ଦ୍ର କୁମାର ମିର୍ଦ୍ଧାଙ୍କ ପରଲୋକ ହୋଇଯାଇଛି । ଅନନ୍ୟୋପାୟ ହୋଇସତକୁମାରୀ ନିଜ ଉଦ୍ୟମରେ ଝିଅକୁ ଖୋଜିବାକୁ ଉଦ୍ୟମ କରୁଥିଲେ । ତେବେ ଗତକାଲି ଝିଅର ଗଳିତ ଶବଜଂଗଲରୁ ପୋଲିସ ଉଦ୍ଧାର କରିଥିଲା । 

{"id":62396}

ଆଜି ଦୁଇଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ମୃତା ପିଙ୍କିଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆହୁରି ଅନେକ ଗୁମର ପଦାକୁ ଆସିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.