ସିଟି ହସ୍ପିଟାଲ ଦାବିକୁ ନେଇ ବରଗଡ଼ ବନ୍ଦ

Published By : Prameya-News7 Bureau | February 03, 2020 IST

ବରଗଡ଼ ୩/୨: ବରଗଡ଼ରେ ଭଟଲି ବ୍ଲକର ଟୁକୁର୍ଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ପୁରୁଣା ଡାକ୍ତର ଖାନାକୁ ରାଜ୍ୟ ସରକାର PHC ଘୋଷଣା କରିସାରିଛନ୍ତି ତଥାପି CITY ହସ୍ପିଟାଲ ଦାବିକୁ ନେଇ ଆନ୍ଦୋଳନ ଜୋର ଧରିଛି ।ଯାହାକୁ ନେଇ ଆଜି ଜରୁରୀ କାଳୀନ ସେବାକୁ ବାଦ ଦେଇ ରାସ୍ତା ରୋକ ସହ ବରଗଡ଼ ପୌରାଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

{"id":219407,"width":590,"height":332,"sizeSlug":"large"}

ବିଜେପି ଓ କଂଗ୍ରେସ ଉଭୟ ଦଳ ଗୋଟିଏ ମଞ୍ଚରେ ଉପସ୍ଥିତ ରହି ଏକତା ମଞ୍ଚର ଆଜି ସନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ ପାଇଁ ନିଷ୍ପତି ନେଇ ଆଗାମୀ ଆନ୍ଦୋଳନର ରୂପରେଖ ନିର୍ଣ୍ଣୟ କରିବାକୁ ସ୍ଥିର କରିଥିବାବେଳେ ସାଧାରଣ ଜନତା ଆଜି ଏକତ୍ରିତ ହୋଇ ସିଟି ହସ୍ପିଟାଲ ଦାବିରେ  ବରଗଡ଼ ବନ୍ଦ ପାଳନ କରିଛି ।ସେହିପରି ଗତକାଲି ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଘର ଆଗରେ ଶତାଧିକ ମହିଳା ଓ ପୁରୁଷ ନାରାବାଜି କରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ ତେବେ ବିଧାୟକ ତୁରନ୍ତ ସରକାରଙ୍କୁ ଏ ବିଷୟରେ ଅବଗତ କରି ଆଜି ନିଷ୍ପତି ନେବାକୁ କହିଛନ୍ତି ।

{"id":219410,"width":592,"height":333,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.