ମହିଳାଙ୍କୁ ବର୍ଷେ ଯାଏଁ ଦୁଷ୍କର୍ମ କରୁଥିଲେ ୩୫ଜଣ : ଅଶ୍ଳୀଳ ଭିଡିଓ କରି ବ୍ଲାକମେଲିଂ

Published By : Prameya-News7 Bureau | December 18, 2019 IST

ବରେଲି ୧୮/୧୨: ଉତ୍ତରପ୍ରଦେଶର ବରେଲିର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୩୫ଜଣ ଏକାଠି ଦୁଷ୍କର୍ମ କରିଛନ୍ତି। ମହିଳା ବରେଲିର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ତାଙ୍କୁ ୫ଜଣ ଦୁଷ୍କର୍ମ କରି ଆପତ୍ତିଜନକ ଭିଡିଓ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ଅନ୍ୟମାନଙ୍କୁ ଦୁଷ୍କର୍ମ କରିବାକୁ ପଠାଇଥିଲେ। ଲଗାତାର ବର୍ଷେ ଯାଏଁ ତାଙ୍କୁ ଦୁଷ୍କର୍ମ କରାଯାଉଥିଲା।

ବରେଲିର ଏସପି ମାମଳଶର ଯାଞ୍ଚ କରିବାକୁ କେଣ୍ଟ ଥାନାକୁ ନିର୍ଦେଶ ଦେଇଛନ୍ତି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଜଣେ ମହିଳା ଥାନାକୁ ଆସି ଗୁରୁତର ଅଭିଯୋଗ କରିଛନ୍ତି। ମହିଳା ତାଙ୍କ ସ୍ବାମୀ ଏବଂ ପିଲାଙ୍କ ସହ ଅଭିଯୋଗ କରିବାକୁ ଆସିଥିଲେ।

ମହିଳାଙ୍କ ସ୍ବାମୀ ଜ​‌ଣେ ଦିନ ମଜୁରିଆ। ପୀଡ଼ିତାଙ୍କ କହିବା ଅନୁସାରେ କେତେକ ମୁଷ୍ଟିମେୟ ଲୋକେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେମାନେ ପାଣି ପିଇବା ବାହାନା କରି ଘରକୁ ପଶିଥିଲେ।

ମହିଳା କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯିବାବେଳେ ସେ ଅନେକ ଥର ବୋହୋସ୍ ହୋଇଯାଉଥିଲେ। ସେ ଚିତ୍କାର କରିପାରିବେ ନାହିଁ ବୋଲି ତାଙ୍କ ପାଟିରେ କପଡ଼ା ପୂରାଇ ଦିଆଯାଉଥିଲା। ଅନେକ ଥର ତାଙ୍କୁ ମଦ ମଧ୍ୟ ପିଆଯାଇଥିଲା।

ପୀଡ଼ିତା ମହିଳା କେତେକ ଅଭିଯୁକ୍ତଙ୍କ ନାଁ କହିଥିବାବେଳେ ଆଉ କେତେକ ଅଭିଯୁକ୍ତଙ୍କ ମୁହଁ ଦେଖି ଚିହ୍ନିବା କଥା କହିଛନ୍ତି। ଅଭିଯୁକ୍ତମାନେ ମହିଳାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଏହା ବିଷୟ​ରେ କାହାକୁ କୁହନ୍ତି ତେବେ ତାଙ୍କ ସ୍ବାମୀ ଏବଂ ପିଲାଙ୍କୁ ହତ୍ୟା କରାଯିବ ଏବଂ ଆପତ୍ତିଜନକ ଭିଡିଓ ଇଣ୍ଟରନେଟରେ ଭାଇରାଲ କରି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.