ବରେଲିରେ ଶ୍ରମିକଙ୍କ ଉପରେ ରାସାୟନିକ ସ୍ପ୍ରେ ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୩: ଭାରତରେ କରୋନା ଭାଇରସ୍ କାରଣରୁ ଚାଲିଥିବା ଲକ୍ ଡାଉନ୍ ଯୋଗୁଁ ଦିଲ୍ଲୀରୁ ବରେଲି ପର୍ଯ୍ୟନ୍ତ ଆସିଥିବା ଲୋକଙ୍କ ଉପରେ ରାସାୟନିକ ସ୍ପ୍ରେ କରାଯିବାର ଦେଖିବାକୁ ମିଳିଥିଲା । । ପ୍ରଶାସନର ଏହି ପଦକ୍ଷେପକୁ କଂଗ୍ରେସ ନିନ୍ଦା କରିଥିଲା । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ପ୍ରସଙ୍ଗରେ ୟୁପି ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଶ୍ରମିକମାନଙ୍କ ଉପରେ ଏହି ଉପାୟରେ ରାସାୟନିକ ପଦାର୍ଥ ପକାନଯାଉ । ଏହାପରେ ବରେଲି ଡିଏମ୍ ମାମଲା ନେଇ ଅବଗତ ହେବାପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଭଦ୍ର ତାଙ୍କ ଟ୍ବିଟରରେ ଲେଖିଛନ୍ତି, ‘ୟୁପି ସରକାରଙ୍କୁ ଅନୁରୋଧ ଯେ ଆମେ ସମସ୍ତେ ମିଳିମିଶି ଏହି ବିପର୍ଯ୍ୟୟ ବିରୋଧରେ ଲଢେଇ କରୁଛୁ । କିନ୍ତୁ ଦୟାକରି ଏପରି ଅମାନୁଷିକ କାର୍ଯ୍ୟ କରନ୍ତୁ ନାହିଁ । ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇସାରିଛନ୍ତି । ରାସାୟନିକ ପକାଇ ସେମାନଙ୍କୁ ଏହିପରି ଗାଧାନ୍ତୁ ନାହିଁ | ଏହା ସେମାନଙ୍କୁ ସୁରକ୍ଷା ଦେବ ନାହିଁ କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରିବ |

ଅନ୍ୟପଟେ ବରେଲି ଡିଏମ୍ ମଧ୍ୟ ଟ୍ବିଟ୍ କରି ପ୍ରଶାସନର ତ୍ରୁଟି ବିଷୟରେ ବିଚାର କରିଛନ୍ତି । ବରେଲିର ଡିଏମ୍ ଟ୍ବିଟ୍ କରି କହିଛନ୍ତି, ‘ଏହି ଭିଡିଓର ଅନୁସନ୍ଧାନ କରାଯାଇଛି, ପ୍ରଭାବିତ ଲୋକଙ୍କୁ CMO ନିର୍ଦ୍ଦେଶରେ ଚିକିତ୍ସା କରାଯାଉଛି । ବରେଲି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଫାୟାର ବ୍ରିଗେଡ୍ର ଟିମ୍ ବସ୍ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଅତି ସକ୍ରିୟତା ଯୋଗୁଁ ସେମାନେ ଏହା କରିଥିଲେ । ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.