ମେସି ଯିବା ପରେ ବାର୍ସିଲୋନା ସ୍ଥିତି ବହୁତ ଖରାପ: କୋଚ୍ କୋମେନ୍ ବରଖାସ୍ତ

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ ୨୮/୧୦ : ବାର୍ସିଲୋନା ନିଜ ଟିମର ଆଉ ଏକ ଖରାପ ପ୍ରଦର୍ଶନ ଓ ଆଉ ଏକ ପରାଜୟ ପରେ ନିଜର ମୁଖ୍ୟ କୋଚ ରୋନାଲ୍ଡ କୋମେନଙ୍କୁ ବରଖାସ୍ତ କରିଛନ୍ତି। ଲିୟୋନେଲ ମେସି ବାର୍ସିଲୋନା ଛାଡିବାର ୩ ମାସ ପରେ କୋମେନଙ୍କୁ ବରଖାସ୍ତ କରାଯାଇଛି। କାରଣ ଟିମ ଗତ କିଛି ଦିନ ହେଲା ଲଗାତାର ସଂଘର୍ଷ କରୁଥିଲା। ବାର୍ସିଲୋନା ବୁଧବାର ଦିନ ସ୍ପେନିସ ଫୁଟବଲ ଲିଗ ଲା ଲିଗାରେ ରାୟୋ ବାଲେକାନୋ ହାତରେ ୧-୦ ର ପରାଜୟ ପରେ କୋମେନଙ୍କୁ ହଟାଇବାକୁ ଘୋଷଣା କରିଥିଲା। ଏହାପରେ ରବିବାର ଦିନ ରିୟାଲ ମେଡ୍ରିଡ ମଧ୍ୟ ବାର୍ସିଲୋନାକୁ ତାର ଘରୋଇ ମଇଦାନ କ୍ୟାମ୍ପ ନୋଉରେ ୨-୧ ରେ ପରାଜିତ କରିଥିଲା।

କ୍ୟାପଟେନ ସର୍ଗିୟୋ ବାସକ୍ୱେଟ୍ସ ଏହି ଘୋଷଣା ପୂର୍ବରୁ କହିଥିଲେ ଯେ ଟିମର ଖରାପ ପ୍ରଦର୍ଶନ ପାଇଁ କେବଳ କୋମେନଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ଏଥିପାଇଁ ସମସ୍ତେ ଦାୟୀ। ବାର୍ସିଲୋନାର ସ୍ପେନିସ ଲିଗରେ ୧୦ ମ୍ୟାଚରେ ୧୫ ଅଙ୍କ ରହିଛି ଓ ନବମ ସ୍ଥାନରେ ଅଛି। ଟିମ ଏହି ସିଜନରେ ଯେଉଁ ୫ଟି ମ୍ୟାଚ ହାରିଛି ସେଠି ମଧ୍ୟରୁ ଚମ୍ପିୟାନ୍ସ ଲିଗରେ ବାୟର୍ନ ମ୍ୟୁନିଖରୁ ହାରିଥିବା ୩-୦ ପରାଜୟ ମଧ୍ୟ ସାମିଲ ଅଛି। କୋମେନ ୧୫ ମାସ ଯାଏଁ ବାର୍ସିଲୋନାର କୋଚ ରହିଲେ। ଇତି ମଧ୍ୟରେ ଟିମ ୬୭ ମ୍ୟାଚ ଖେଳିଛି ଯେଉଁଥିରେ ୩୯ ମ୍ୟାଚ ଜିତିଛି ଓ ୧୬ ମ୍ୟାଚ ହାରିଛି। ବାକି ୧୨ଟି ମ୍ୟାଚ ଡ୍ର ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.