Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭରସାଯୋଗ୍ୟ ନୁହେଁ BARC ! ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ସନ୍ଦେହ

12/12/2019 at 9:49 PM

ନୂଆଦିଲ୍ଲୀ ୧୨।୧୨ –  ଭାରତରେ ଟେଲିଭିଜନ୍ ଦର୍ଶକ କେଉଁ କାର୍ଯ୍ୟକ୍ରମକୁ କେତେ ପସନ୍ଦ  କରୁଛନ୍ତି ତାହା ଜାଣିବା ପାଇଁ  ସାଧାରଣତଃ BARC ରିପୋର୍ଟ ଉପରେ ନିର୍ଭର କରାଯାଇଥାଏ । ଏହା ଦର୍ଶକମାନଙ୍କର ମନ ପସନ୍ଦକୁ  ମାପିବାର ମାନଦଣ୍ଡ । ଅନେକ ଏହାକୁ ଟିଆର୍‌ପି ବା  ଟେଲିଭିଜନ୍‌ ରେଟିଙ୍ଗ ପଏଣ୍ଟ କୁହାଯାଇଥାଏ । ସାଧାରଣତଃ ବିଜ୍ଞାପନଦାତା ଏହା ଉପରେ ନିର୍ଭର କରିଥାଆନ୍ତି ।

କେଉଁ ଟିଭିର କେଉଁ କାର୍ଯ୍ୟକ୍ରମ ଅଧିକ ଲୋକପ୍ରିୟ । ଲୋକମାନେ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି । କେଉଁ ସମୟରେ କେତେ ବୟସର ଲୋକ କେଉଁ କାର୍ଯ୍ୟକ୍ରମ ଦେଖୁଛନ୍ତି ଏ ସବୁର ତଥ୍ୟ BARC ର ରିପୋର୍ଟରେ ଦିଆଯାଇଥାଏ।

୨୦୦୮ ମସିହାରେ  TAM Media Research (TAM)  ଟାମ୍ ଏବଂ  ଅଡିଆନ୍ସ ମେଜରମେଣ୍ଟ ଆଣ୍ଡ ଆନାଲିଟିକସ୍‌ ଲିମିଟେଡ୍‌ (ଏମ୍ୟାପ) ପକ୍ଷରୁ ବ୍ୟବସାୟିକକ ଭିତ୍ତିରେ ପ୍ରଦାନ କରାଯାଉଥିଲା । ସେହି ସମୟରେ ମାତ୍ର କେତକ ବଡ ସହରରରେ ସେମାନଙ୍କର ସେବା ସୀମିତ ଥିଲା ।  ଯେଉଁ ନମୁନା ବା ସାମ୍ପଲ ସଂଗ୍ରହ କରାଯାଉଥିଲା ତାହା ମଧ୍ୟ ଅଳ୍ପ ଥିଲା ।  ମାତ୍ର ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୦ ମସିହାରେ Broadcast Audience  Research Council (BARC) ବା ବାର୍କ  ପ୍ରତିଷ୍ଠା କରାଯାଇଥିଲା ।  ମାତ୍ର ଜାନୁଆରୀ ୧୦, ୨୦୧୪ ମସିହାରେ  ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ  କେତକ ନିର୍ଦେଶାବଳୀ ପ୍ରଣୟନ  କରାଯାଇଥିଲା ।  ଭାରତରେ ଥିବା ଟେଲିଭିଜନ ରେଟିଂ ଏଜେନ୍ସି ମାନଙ୍କ ପାଇଁ ଏହି ନିର୍ଦେଶାବଳୀ ପ୍ରଣୟନ କରାଯାଇଥିଲା ।

ଏହି ନିର୍ଦେଶାବଳୀ ଅନୁସାରେ କାମ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା ।  ପ୍ୟାନଲର ଆକାର ନେଇ ନିର୍ଦେଶ ଥିଲା । ଏଥିରେ ୫.୩.୫ ଆକାରର ପ୍ୟାନେଲ୍‌  ବ୍ୟବହାର କରିବା ପାଇଁ  ନିର୍ଦେଶ ଦିଆଯାଇଥିଲା । ୬ ମାସରେ ୨୦ ହଜାର ପ୍ୟାନେଲ୍‌ ଲଗାଯାଇଥିଲା ।  ପ୍ରତି ବର୍ଷ ୧୦ ହଜାର ପ୍ୟାନେଲ ବୃଦ୍ଧି କରାଯାଇଥିଲା । ୫୦ ହଜାର ପ୍ୟାନେଲ୍‌ ହେବା ପର୍ଯ୍ୟନ୍ତ ଏପରି କରାଯାଇଥିଲା ।  

ବାର୍କର ଏଥିରେ ବୋର୍ଡରେ  ଟିଭି ପ୍ରସାରଣ ଓ ବିଜ୍ଞାପନ କମ୍ପାନୀରୁ କେହି ନିର୍ଦେଶକ ରହିବେ ନାହିଁ ବୋଲି ନିୟମ ରହିଥିଲା । କମ୍ପାନୀର ନିଟ୍‌ ମୂଲ୍ୟ ୨୦ କୋଟି ଟଙ୍କା ହୋଇଥିବ । ଏହାକୁ ଅଧିକୃତ ଅଡିଟର୍‌  ଅଡିଟ୍‌ କରିଥିବେ ।

ବାର୍କର ଓ୍ୱେବସାଇଟ୍‌ରେ ଥିବା ତଥ୍ୟ ଅନୁସାରେ  ଇଣ୍ଡିଆନ୍‌ ବୋର୍ଡକାଷ୍ଟିଂ ଫାଉଣ୍ଡେସନ୍‌, ଇଣ୍ଡିଆନ୍‌  ସୋସାଇଟି ଅଫ୍‌ ଆଡଭଟାଇଜର୍ସ ଓ ଆଡଭଟାଇଜିଂ ଏଜେନ୍ସି ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଏହାକୁ ପ୍ରମୋଟ କରୁଛନ୍ତି ।  ଏମାନଙ୍କର ୬୦:୨୦-୨୦ ପ୍ରତିଶତ ଅଂଶଧନ ରହିଛି   ।

ଟିଭି ରେଟିଂ ପାଇଁ ଟିଭି ଚ୍ୟାନେଲ୍‌ମାନଙ୍କୁ ୪ଟି  ସ୍ୱତନ୍ତ୍ର ଅଡିଓ କୋଡ୍ ଦିଆଯାଇଛି । ଏହି ଅଡିଓ କୋଡ୍‌ ଲୋକଙ୍କ କାନକୁ ଶୁଣାଯିବ ନାହିଁ ମାତ୍ର ଏକ ସ୍ୱତନ୍ତ୍ର ମେସିନ୍‌ ଦ୍ୱାରା ଏହାକୁ  ମପାଯାଇ ପାରିବ । ଏଥିପାଇଁ ସ୍ୱତନ୍ତ୍ର ସଫ୍ଟଓ୍ୱାର ଓ ମେସିନ୍‌ ବ୍ୟବହାର  କରାଯାଉଛି ।  କେତେକ ବାର୍‌- ଓ- ଡିକ୍ଟେଟର ମଧ୍ୟ ଟିଭି ସେଟ୍‌ମାନଙ୍କର ଲଗାଯାଇଛି । ଏହା ଦର୍ଶକଙ୍କର ଟିଭି ଦେଖିବାର ସମୟ ଓ ରୁଚି ବିଷୟରେ ତଥ୍ୟ ସଂଗ୍ରହ କରିଥାଏ ।  ଫେବ୍ରୁଆରୀ ୨୦୧୯ ସୁଦ୍ଧା  ବାର୍କର ସାମ୍ପଲ ସାଇଜ୍‌ ପ୍ରାୟ ୩୦ ହଜାର ଘର ପର୍ଯ୍ୟନ୍ତ ସୀମିତ ଥିଲା   ମାର୍ଚ ୨୦୧୯ ସୁଦ୍ଧା ଏହା ସଂଖ୍ୟା  ୪୦ ହଜାରରେ ପହଞ୍ଚିଥିଲା ।

ବାର୍‌- ଓ- ମିଟରୁ ତଥ୍ୟ ବାର୍କ ସର୍ଭରକୁ ଯାଇଥାଏ । ଏହା ପ୍ରତ୍ୟେକ ଦିନ ପର୍ଯ୍ୟାୟ କ୍ରମେ ବାର୍କର ସର୍ଭରକୁ ଯାଇଥାଏ । ଜଣେ ୩୦ ସେକେଣ୍ଡ ଟିଭି ଦେଖିଲେ ବି ଏହାର ତଥ୍ୟ ରେକର୍ଡ ହୋଇଥାଏ ।

ଏହାକୁ ଏକ ସ୍ୱତନ୍ତ୍ର ନିୟମ ଅନୁସାରେ ଗଣନା କରାଯାଇଥାଏ । ମାତ୍ର କେତକ ଘରେ  ଲାଗିଥିବା ପ୍ୟାନେଲ୍‌ରେ ଜାଣିଶୁଣି  ଟ୍ୟାମ୍ପରିଂ ବା  ବେଆଇନ କାମ କରାଯାଇଥିବା ଏକ ଭିଜିଲାନ୍ସ ଯାଞ୍ଚରୁ ଜଣା ପଡିଥିଲା । ଆସୁଥିବା ପ୍ରାଥମିକ ତଥ୍ୟରେ ମଧ୍ୟ ଘୋଟାଲା ଥିବା ସୂଚନା ମିଳିଥିଲା ।  କେତେଜଣ ଡାଟା ସାଇଂଟିଷ୍ଟ ଏ ବିଷୟରେ ଯା଼ଞ୍ଚ କରିଥିଲେ ।

ଆଉ ଏକ ତଥ୍ୟ ଅନୁସାରେ ଆଇବିଏଫ୍‌ ନାଁରେ କେବଳ  ରିଟର୍ଣ୍ଣ ଫାଇଲ୍‌ କରାଯାଉଛି ।  ମାତ୍ର ଏଥିରେ ଆଇବିଏଫ୍‌ର ୬୦, ଆଇଏସ୍‌ଏର ୨୦ ଓ ଏଏଏଆଇର ୨୦ ପ୍ରତିଶତ ଅଂଶଧନ ରହିଛି । ସ୍ୱୟଂଚାଳିତ ବୋର୍ଡ ହୋଇଥିଲେ ମଧ୍ୟ ଏଥିରେ ପ୍ରମୋଟର ଓ ପ୍ରସାରଣ ସଂସ୍ଥାର ମାଲିକ ବି  ସଦସ୍ୟ ଅଛନ୍ତି । କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ବାର୍କ ୟେସ୍‌ ବ୍ୟାଙ୍କ ଠାରୁ ୧୦୦ କୋଟି ଟଙ୍କା ଋଣ ନେଇଛି । ମାତ୍ର ବାର୍କେ ପ୍ରତ୍ୟେକ  ହାଉସ୍‌ ହୋଲ୍ଡ ପାଇଁ ୦.୮ ପ୍ରତିଶତ ରେଟିଂ ଫି   ଓ ବାର୍ଷିକ ମେମ୍ବରସିପ୍‌ ଫି   ୧୫ ଲକ୍ଷ ଟଙ୍କା ନେଉଛି ।

ଆମେରିକାରେ ନେଲ୍‌ସନ୍ (ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜରେ ତାଲିକା ଭୁକ୍ତ ଥିବା କମ୍ପାନୀ) , ୟୁକେରେ ବାର୍ବ ବା ବୋର୍ଡକାଷ୍ଟ ରିସର୍ଚ୍ଚ କାଉନସିଲ୍‌ ବୋର୍ଡ (ବିବିସିର ଅଧିକ ଅଂଶଧନ ଥିବା କମ୍ପାନୀ) ଟିଭି ରେଟିଂ କାମ କରିଥାଆନ୍ତି ।

ମାତ୍ର ଭାରତରେ ଟିଭି ରେଟିଂ ଭରସାଯୋଗ୍ୟ ନ ଥିବା ଜଣା ପଡିବା ପରେ  ଟ୍ରାଇ ଡିସେମ୍ବର ୩ ,୨୦୧୮  ମସିହାରେ ଟିଭି ଦର୍ଶକଙ୍କ ରେଟିଂକୁ ନେଇ କେତକ ପ୍ରଶ୍ନ ଉଠାଇଥିଲା ।

ପ୍ରଶ୍ନ ୧-  ବାର୍କ ସ୍ୱଚ୍ଛତାରେ ସହ ଏହି କାମ କରୁଛି ତ, ଏ ବିଷୟରେ ଆପଣଙ୍କ ମତାମତ ଦିଅନ୍ତୁ ।

ପ୍ରଶ୍ନ ୨- ଏବେର ଅଂଶଧନ ଥିବା ଓ ସ୍ୱତାଧିକାରୀଙ୍କ ଅଧିନରେ ଥିବା ଟିଭି ରେଟିଂର ସ୍ୱଚ୍ଛତା ଅବଲମ୍ବନ କରୁଛି ? ଏହାର ବିଶ୍ୱାସନିୟତା ଓ ନିରପକ୍ଷତାକୁ କିପରି ଭାବେ ବଜାୟ ରଖାଯାଇ ପାରିବ ।

ପ୍ରଶ୍ନ ୩ –  ଟେଲିଭିଜନ୍‌ ରେଟିଂ ସେବାରେ ସ୍ୱଚ୍ଛତା, ବିଶ୍ୱାସନିୟତା ଓ ନିରପକ୍ଷତାକୁ କି ପ୍ରତିଦ୍ୱନ୍ଦିତା ରହିବା ଆବଶ୍ୟକ କି ?

ଏହାପରେ  ଟ୍ରାଇପକ୍ଷରୁ ଏହି ନିଷ୍କର୍ସ ଦିଆଯାଇଥିଲା । –

କୌଣସି ରେଟିଂ ଏଜେନ୍ସି (ବାର୍କ BARCପରି )  କୌଣସି ତଥ୍ୟକୁ  କାହାର ସ୍ୱାର୍ଥ୍ୟ ପାଇଁ ଦେଇ ପାରିବେ ନାହିଁ  । ଏଥିପାଇଁ ଏକ ମୌଳିକ ନିୟମ ରହିବାର ଆବଶ୍ୟକତା ରହିଛି । ଏଥିରେ ଥିବା ୩ଟି କାର୍ଯ୍ୟକୁ ତିନୋଟି ସ୍ୱାଧୀନ କମ୍ପାନୀ କରିବା ଉଚିତ୍‌ । ୟୁକେରେ ଯେପରି ଏହି କାର୍ଯ୍ୟକୁ କରାଯାଉଛି ସେପରି କରାଯିବା ଉଚିତ୍‌ ।

ସଦସ୍ୟମାନଙ୍କୁ ଗଣନା କରାଯାଇ ନ ଥିବା ପ୍ରାଥମିକ ତଥ୍ୟ(ଆର୍‌ଏଲ୍‌ଡିRLD) ଉପଲବ୍ଧ କରାଯିବ । ଏଥିରେ ତଥ୍ୟ ସଂଗ୍ରେହ କରାଯାଉଥିବା ହାଉସ୍‌ହୋଲ୍ଡର ଗୋପନୀୟତା  ରକ୍ଷା କରାଯିବ ।

୨୦୨୦ ସୁଦ୍ଧା ବାର୍କ ବା BARC  ନୂଆ ସଫ୍ଟଓ୍ୱାର ଇନଷ୍ଟଲ୍‌ କରୁଛି ।  ଗତ ୪ ବର୍ଷ ମଧ୍ୟରେ ସଂଗ୍ରହ କରାଯାଉଥିବା ତଥ୍ୟକୁ ଅନ୍ୟ ଏକ ଥାର୍ଡପାର୍ଟକୁ  ଅଡିଟ୍‌ ପାଇଁ ପ୍ରଦାନ କରାଯିବ । ସରକାରଙ୍କ ବିଜ୍ଞାପନ ପ୍ରଦାନ କରୁଥିବା ସଂସ୍ଥା ଓ କମ୍ପାନୀ ମଧ୍ୟ ବାର୍କର ତଥ୍ୟ ଉପରେ ନିର୍ଭର କରିଥାଆନ୍ତି । ଏଥିପାଇଁ ଟିଭି ରେଟିଂ ସମ୍ପର୍କର ଟ୍ରାଇ ଏହାର   ପରାମର୍ଶ କାଳ ବିଳମ୍ବ ନକରି ଦେବାକଥା ।

   Related Posts