ଫେକ୍ ଟିଆରପି ସ୍କାମ୍: ୩ ମାସ ପର୍ଯ୍ୟନ୍ତ ସବୁ ନ୍ୟୁଜ୍‌ ଚାନେଲର ସାପ୍ତାହିକ ଟିଆରପି ସ୍ଥଗିତ ରଖିବାକୁ ଘୋଷଣା କଲା ବାର୍କ

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫/୧୦: ନକଲି ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ବିବାଦ ପରେ ସବୁ ନ୍ୟୁଜ ଚାନେଲର ସାପ୍ତାହିକ ରେଟିଂ ପଏଣ୍ଟକୁ ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି। ଅର୍ଥାତ୍ ୧୨ ସପ୍ତାହ ପାଇଁ ନ୍ୟୁଜ ଚାନେଲର ଓ୍ବିକଲି ରେଟିଂ ପଏଣ୍ଟ ଉପରେ କଟକଣା ଲାଗିଛି। ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ କାଉନସିଲ (ବାର୍କ) ଏହା ଘୋଷଣା କରିଛି। ରେଟିଂ ଏଜେନ୍ସି କହିଛି ମିଛ ରେଟିଂ ଖବର ଓ ଦାବି ମଧ୍ୟରେ ସିଷ୍ଟମର ସମୀକ୍ଷା କରାଯିବ। ବାର୍କ କହିଛି ‘ନ୍ୟୁଜ ଜନର’ ସହ ବାର୍କ ସବୁ ସମାଚାର ଚାନେଲ ପାଇଁ ଇଣ୍ଡିଭିଜୁଆଲ ଓ୍ବିକଲି ରେଟିଂ ଜାରି କରିବା ବନ୍ଦ କରି ଦେବ। ନ୍ୟୁଜ ବ୍ରଡକାଷ୍ଟଂ ଆସୋସିଏସନ (ଏନବିଏ) ବାର୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି।

ଅଭିଯୋଗ ଥିଲା କିଛି ଟିଭି ଚାନେଲ ଟିଆରପି ସଂଖ୍ୟାରେ ହେରଫେର କରୁଛନ୍ତି। ମୁମ୍ବାଇ ପୋଲିସ ଦାବି କରିଥିଲା ରିପବ୍ଲିକ ଟିଭି ଓ ଦୁଇଟି ମରାଠି ଚାନେଲ ଟିଆରିପିରେ ଘୋଟଲା କରୁଛନ୍ତି। ଏ ମାମଲାରେ ଏବେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଦୁଇଟି ମରାଠି ଚାନେଲ ମାଲିକ ସାମିଲ ଅଛନ୍ତି। ଏହା ସହ ରିପବ୍ଲିକ ଚାନେଲର ଏକଜିକ୍ୟୁଟିଭ ଅର୍ନବ ଗୋସ୍ବାମୀଙ୍କୁ ମଧ୍ୟ ଏ ମାମଲାରେ ପୋଲିସ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.