ରିପବ୍ଲିକ ଟିଭି ଉପରେ ବର୍ଷିଲା BARC: ରିପବ୍ଲିକ ଟିଭି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଛି, ଏହା ନିରାଶଜନକ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮।୧୦: ରିପବ୍ଲିକ ଟିଭି ନେଟଓ୍ଵର୍କ ପ୍ରତି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ((BARC)। ଗୋପନୀୟ ସୂଚନା ସାର୍ବଜନୀନ ଭାବେ ପ୍ରକାଶ କରିବା ସହ ଭୁଲ ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ ବାର୍କ ନ୍ୟୁଜ୍ ଚ୍ୟାନେଲ ରିପବ୍ଲିକ ନେଟ୍‌ଓ୍ଵର୍କ ପ୍ରତି ଖପ୍ପା।

ବାର୍କ ଇଣ୍ଡିଆ ନିଜ ବିବୃତ୍ତିରେ ଏହା ମଧ୍ୟ କହିଛି ଟିଆରପି ସ୍କାମର ଯାଞ୍ଚ ଜାରି ରହିଥିବା ବେଳେ ସଂସ୍ଥା କୌଣସି ଟିପ୍ପଣୀ କରିନାହିଁ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ ଆବଶ୍ୟକ ସହାୟତା ଯୋଗାଇ ଆସିଛି। ସଂସ୍ଥା ରବିବାର କହିଛି ଯେ, ବାର୍କ ଇଣ୍ଡିଆ ତଦନ୍ତ ଉପରେ କୌଣସି ଟିପ୍ପଣୀ କରିନାହିଁ। ସେ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ ଆବଶ୍ୟକ ସହାୟତା ପ୍ରଦାନ କରୁଛି।

ବାର୍କ ଇଣ୍ଡିଆ ବ୍ୟକ୍ତିଗତ ଏବଂ ଗୋପନୀୟ ସଞ୍ଚାରର ଖୁଲାସା କରି ଏହାକୁ ଭୁଲ୍ ଭାବେ ଉପସ୍ଥାପିତ କରି ସଂସ୍ଥାକୁ ବଦନାମ କରିଥିବା ରିପବ୍ଲିକ ଟିଭି ନେଟଓ୍ଵର୍କ ଉପରେ ଖପ୍ପା। ବାର୍କ ଇଣ୍ଡିଆ ଅଧିକାରୀଙ୍କ ବିନା ପକ୍ଷପାତରେ ତଦନ୍ତରେ ସହଯୋଗ କରି ଆସିଛି। କିନ୍ତୁ ତାରି ମାନଦଣ୍ଡକୁ ଉଲ୍ଲଂଘନ କରିଥିବା ରିପବ୍ଲିକ ଟିଭି ନେଟଓ୍ଵର୍କର କାର୍ଯ୍ୟରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି।

ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ରପବ୍ଲିକ ଟିଭି ନେଟ୍‌ଓ୍ଵର୍କ ଦାବି କରିଥିଲା ଯେ, ବାର୍କ ଓ ଚ୍ୟାନେଲ ମଧ୍ୟରେ ଯେଉଁ ଇମେଲ ଆସିଛି ଏବଂ ସେଥିରେ ଯାହା ଉଲ୍ଲେଖ ରହିଛି ତାହା ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଦ୍ଵାରା ଲଗାଯାଇଥିବା ଅଭିଯୋଗ ବୀପରିତ।

ଚଳିତ ମାସ ପ୍ରାରମ୍ଭରେ ମୁମ୍ବାଇ ପୋଲିସ ଅତି କମରେ ତିନି ଟିଭି ଚ୍ୟାନେଲ ଦ୍ଵାରା ଟିଆରପି ତଥ୍ୟ ହେରଫର କରିବାର ଏକ ବଡ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ମୁମ୍ବାଇ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.