ପ୍ରକୃତ ବାର୍ବି ଡଲଙ୍କୁ ଜାଣିଛନ୍ତି କି: ଲୋକେ କାହିଁକି ମାନନ୍ତି ତାଙ୍କୁ ଆଡଲ୍ଟ ଷ୍ଟାର,ଜାଣନ୍ତୁ

Published By : Prameya-News7 Bureau | April 09, 2019 IST

ବିଶ୍ବରେ ବାର୍ବି ଡଲ୍ ଭାବେ ପ୍ରସିଦ୍ଧ ୟୁକ୍ରେନର ଭାଲେରିଆ ଲୁକିଆନୋଭାଙ୍କୁ  ଭଲା କିଏ ନ ଜାଣେ। ତାଙ୍କ ମୁହଁ ବାର୍ବି ସହ ଏତେ ମିଶେ ଯେଉଁଥିପାଇଁ ଲୋକେ ତାଙ୍କୁ ଜୀବିତ ବାର୍ବି କୁହନ୍ତି। ଭାଲେରିଆ ଅଧିକାଂଶ ସମୟରେ ନିଜ ଫ୍ୟାନଙ୍କ ପାଇଁ ସୋଶିଆଲ ମିଡିଆରେ ଫଟୋ ସେୟାର କରନ୍ତି। ସେ କୁହନ୍ତି ତାଙ୍କ ଶରୀରକୁ ନେଇ ସେ ଗର୍ବିତ ଏବଂ ସେ ଲୋକଙ୍କୁ କହିବା ପାଇଁ ଚାହାନ୍ତି ଯେ ଏଥିପାଇଁ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଛି।

{"id":101696,"width":594,"height":446}

​‌ସେ ବାର୍ବି ଭଳି ଦେଖାଯିବା ପାଇଁ ବକ୍ଷୋଜ ପ୍ରତିରୋପଣ କରିଥିଲେ। ତାଙ୍କ କହିବାନୁସାରେ ତାଙ୍କ ଶରୀର ଏବଂ ଆଖି ମୂଳରୁ ବାର୍ବି ଡଲ୍ ଭଳି ଥିଲା। କିନ୍ତୁ ବହୁତ ଲୋକ ଏଥିପାଇଁ ତାଙ୍କ ଉପରକୁ ପ୍ରଶ୍ନ ଉଠାଇଥିଲେ। ଭାଲେରିଆର ଫଟୋକୁ ଦେଖି ମଧ୍ୟ ଅନେକ ଲୋକ ବହୁତ ଅଶ୍ଳୀଳ କମେଣ୍ଟ ଦେଇଛନ୍ତି। କେତେକ ଲୋକଙ୍କ କୁହନ୍ତି ଯେ ସେ ଜାଣିଶୁଣି ନିଜର ଉତ୍ତେଜିତ ଫଟୋ ସେୟାର କରନ୍ତି। ଆହୁରି କେତେକ ଲୋକ କୁହନ୍ତି ଯେ ସେ କୈାଣସି ଆଡଲ୍ଟ ଷ୍ଟାରଠୁ କମ୍ ନୁହଁନ୍ତି।

{"id":101697,"width":593,"height":445}

ତାଙ୍କୁ ନେକେଡ ମଡେଲଙ୍କ ସହ ତୁଳନା କରିବା ପ୍ରସଙ୍ଗକୁ ସେ ଆଦୈା ପସନ୍ଦ କରନ୍ତି ନାହିଁ। ସେ ସବୁବେଳେ ଧ୍ୟାନ ରଖନ୍ତି ଯେ ତାଙ୍କ ପ୍ରାଇଭେଟ ପାର୍ଟ ଦେଖାନଯାଉ। ସେ ନିଜ ବାର୍ବି ଡଲ୍ ଭଳି ଶରୀରର ଶ୍ରେୟ ନିଜର ସ୍ପେଶାଲ ଡାୟେଟକୁ ଦିଅନ୍ତି। ଏହା ସହ ସେ ଆଧ୍ୟାତ୍ମିକତା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ଏଥିପାଇଁ ସେ ଏକ ସାଇଟ୍ କରିଛନ୍ତି।

{"id":101698,"width":593,"height":438}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.