ପାକିସ୍ତାନ ବିରୋଧରେ ପିଓକରେ ବିରୋଧ ପ୍ରଦର୍ଶନ, ପୁଲିସ ମାଡରେ ୨ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 22, 2019 IST

ମୁଜାଫାରବାଦ(ପିଓକେ) - ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରଦର୍ଶନକାରୀଙ୍କ ଉପରେ ପେ।ଲିସର ଲାଠିଜାର୍ଜ । ପି.ଓ.କେ ମୁଜାଫରବାଦରେ ସ୍ବତନ୍ତ୍ରତା ପାଇଁ ବିଭିନ୍ନ ଦଳ ପକ୍ଷରୁ ଆୟେ।ଜିତ ରାଲିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିବା ସହ ଟିୟର୍ ଗ୍ୟାସ୍ ପ୍ରୟେ।ଗ କରିଥିଲା ପେ।ଲିସ ।

ଏଥିରେ ୨ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହେ।ଇଥିବା ବେଳେ , ୮୦ରୁ ଅଧିକ ଆହତ ହେ।ଇଛନ୍ତି । ୧୯୪୭ ଅକ୍ଟୋବର ୨୨ରେ  ପାକିସ୍ତାନ ପିଓକେରେ ଆକ୍ରମଣ କରି ଏହାକୁ ଅକ୍ତିଆର କରିନେଇଥିଲା । ସେବେଠୁ ଏହି ଦିନକୁ କଳା ଦିବସ ଭାବେ ପାଳି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା ।  ୭୨ତମ କଳା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ ।  ସ୍ବାଧୀନତା ସ୍ଲୋଗାନ ଦେଇ ସେମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ବିକ୍ଷୋଭକୁ ଭଣ୍ଡୁର କରିବା ଲାଗି ଲାଠି ଚାର୍ଜ କରିଥିଲା ପାକିସ୍ତାନ ପୋଲିସ୍ । ଅକ୍ଟେ।ବର ୨୨କୁ କଳା ଦିବସ ପାଳିବା ସହ ପାକିସ୍ତାନୀ ପିଓକେ ଛାଡିବାକୁ ଦାବି କରିଆସୁଛନ୍ତି ପିଓକେ ବାସିନ୍ଦା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.