ବମ୍ବେ ହାଇକୋର୍ଟରୁ ବରବରା ରାଓଙ୍କୁ ଆଶ୍ୱସ୍ତି, ସ୍ୱାସ୍ଥ୍ୟଗତ କାରଣରୁ ମିଳିଲା ଜାମିନ
23/02/2021 at 7:51 PM

ମୁମ୍ବାଇ ୨୩।୨: ଜେଲରୁ ମୁକୁଳିବେ କବି ବାରବରା ରାଓ। ବମ୍ବେ ହାଇକୋର୍ଟଙ୍କ ନଗରପୁର ମଙ୍ଗଳବାର ତାଙ୍କ ଜାମିନ ନିବେଦନ ସ୍ୱୀକାର କରିଛନ୍ତି। ୨୦୧୬ ସୂରଜଗଡ଼ ଲୁହାପଥର ଖଣି ଅଗ୍ନିକାଣ୍ଡ ମାମଲାରେ ପୀଠ ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ରାଓଙ୍କ ମେଡିକାଲ ରିପୋର୍ଟ ଆଧାରରେ ପୀଠ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି।
ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ମୁଖ୍ୟ ପୀଠ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟ ଆଧାରରେ ଏଲଗାର ପରିଷଦ ମାଓବାଦୀ ସମ୍ପର୍କ ମାମାଲାରେ ଜାମିନ ପ୍ରଦାନ କରିଥିଲେ। ରାଓଙ୍କ ଓକିଲ ଫିରଦୋଶ ମିର୍ଜା ଓ ନିହାଲ ସିଂ ରାଠୋର ସ୍ୱାସ୍ଥ୍ୟଗତ ଆଧାରରେ ତାଙ୍କ ଜାମିନ ନିବେଦନ କରିଥିଲେ। ମୁଖ୍ୟ ପୀଠ ରାଓଙ୍କୁ ୬ ମାସ ଜାମିନ ମଞ୍ଜୁର କରିଥିଲେ। ଏହି ଆଧାରରେ ନଗରପୁର ପୀଠ ମଧ୍ୟ ସେତିକି ଅବଧି ପର୍ଯ୍ୟନ୍ତ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟଯେ ୨୫ ଡିସେମ୍ବର ୨୦୧୬ରେ ନକ୍ସଲ ପନ୍ଥୀମାନେ ଗଡ଼ଚିରୋଲୀ ଏଟାପଲ୍ଲୀ ତହସିଲ ଅନ୍ତର୍ଗତ ସୂରଜଗଡ ଖଣିରୁ ଲୁହାପଥର ପରିବହନ ଲାଗି ଧାଡିବାନ୍ଧି ଛିଡା ହୋଇଥିବା ୮୦ଟି ବାହନକୁ ନିଆଁ ଲଗାଇଦେଇଥିଲେ। ମାମଲାରେ ପୋଲିସ ଫେବୃଆରୀ ୨୦୧୯ରେ ୮୨ ବର୍ଷ ରାଓଙ୍କୁ ତାଙ୍କ ଓକିଲ ସୁରେନ୍ଦ୍ର ଗାଡଲିଂଙ୍କ ସହିତ ଗିରଫ କରିଥିଲା।