Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ସ୍ୱାଧିନତାର ୫୫ ବର୍ଷ ପରେ ଏହି ଦେଶ ଦେଖିଲା ପ୍ରଥମ ରାଷ୍ଟ୍ରପତି, ହଟିଲେ ରାଣୀ ଏଲିଜାବେଥ୍‌

23/10/2021 at 4:38 PM

ନୂଆଦିଲ୍ଲୀ, ୨୩/୧୦: ଦୀର୍ଘ ବର୍ଷ ପରେ ବାରବାଡସ୍‌କୁ ମିଳିଛି ଏହାର ପ୍ରଥମ ରାଷ୍ଟ୍ରପତି ।  କାରିବିଆନ୍ ଦ୍ୱୀପର ଔପନିବେଶିକତାକୁ ଶେଷ କରି ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି । ବ୍ରିଟେନର ରାଣୀ ଏଲିଜାବେଥ ପୂର୍ବରୁ ଏହାର ମୁଖ୍ୟ ଥିବା ବେଳେ ତାଙ୍କୁ ବଦଳାଇ ବାରବାଡୋସ୍ ନିଜର ପ୍ରଥମ ରାଷ୍ଟ୍ରପତି ଚୟନ କରିଛି। ବୁଧବାର ବିଳମ୍ବିତ ରାତିରେ ଦେଶର ଲୋକସଭା ଏବଂ ସିନେଟର ମିଳିତ ଅଧିବେଶନର ଦୁଇ ତୃତୀୟାଂଶ ଭୋଟ୍ ଦ୍ୱାରା ସାନ୍ଦ୍ରା ମେସନ୍ ନିର୍ବାଚିତ ହୋଇଥିଲେ । ଯାହା ବାରବାଡୋସ୍ ପାଇଁ ଏକ ମାଇଲଖୁଣ୍ଟ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି।

୧୯୯୬ ମସିହାରେ ଏହି ଦେଶ ସ୍ୱାଧୀନତା ହାସଲ କରିଥିଲା । ବ୍ରିଟିଶ ରାଜତନ୍ତ୍ର ସହିତ ଦୀର୍ଘ ଦିନରୁ ସମ୍ପର୍କକୁ ବଜାୟ ରଖିଥିଲା। କିନ୍ତୁ ନିକଟ ଅତୀତରେ ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ଏବଂ ନିଜ ଦେଶ  ଶାସନ ଭାର ବହନ କରିବା ପାଇଁ ଦାବି ହୋଇଥିଲା ।

ବ୍ରିଟେନଠାରୁ ସ୍ୱାଧୀନତା ପାଇବାର ୫୫ ତମ ବାର୍ଷିକୀରେ ଅର୍ଥାତ ନଭେମ୍ବର ୩୦ରେ ୭୨ ବର୍ଷୀୟ ମେସନ ଶପଥ ଗ୍ରହଣ କରିବେ। ସେ ଜଣେ ପୂର୍ବତନ ଆଇନଜୀବୀ ଯିଏକି ୨୦୧୮ ଠାରୁ ଏହି ଦ୍ୱୀପର ଗଭର୍ଣ୍ଣର-ଜେନେରାଲ୍ ଭାବରେ କାର୍ଯ୍ୟ କରୁଥିଲେ । ସେ ବାରବାଡୋସ୍ ଅପିଲ୍ କୋର୍ଟରେ ମଧ୍ୟ କାର୍ଯ୍ୟ କରିଥିବା ପ୍ରଥମ ମହିଳା ଥିଲେ। ବାରବାଡୋ ପ୍ରଧାନମନ୍ତ୍ରୀ ମିଆ ମୋଟଲି ରାଷ୍ଟ୍ରପତିଙ୍କ ନିର୍ବାଚନକୁ ଦେଶର ସ୍ୱର୍ଣ୍ଣିମ ଯାତ୍ରାରେ ଏକ ଶୁଭ ମୁହୂର୍ତ୍ତ ବୋଲି କହିଛନ୍ତି।

   Related Posts