୪୦୦ ବର୍ଷର ବ୍ରିଟିଶ ଶାସନରୁ ମୁକ୍ତ ହେଲା ବାର୍ବୋଡୋସ, ସମାପ୍ତ ହେଲା ଏଲିଜାବେଥ-୨ଙ୍କ ରାଜ

Published By : Prameya-News7 Bureau | November 30, 2021 IST

ବ୍ରିଜଟାଉନ ୩୦।୧୧: କାରବୀୟ ଦ୍ୱୀପର ପ୍ରମୁଖ ଦେଶ ବାର୍ବୋଡସ୍ ରୁ ମହାରାଣୀ ଏଲିଜାବେଥଙ୍କ ଶାସନ ସମାପ୍ତ ହୋଇଛି। ଏହା ଏବେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଦେଶରେ ପରିଣତ ହୋଇଥିବା ବେଳେ ଦୀର୍ଘ ୪୦୦ ବର୍ଷର ବ୍ରିଟିଶ ଶାସନରୁ ମୁକ୍ତ ହୋଇ ବିଶ୍ୱର ୫୫ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି।  ମହାରାଣୀ ଏଲିଜାବେଥ ଦ୍ୱିତୀୟ ଏବେ ଆଉ ଦେଶ ଶାସନର ସର୍ବେସର୍ବା ରହିବେ ନାହିଁ।  ବାର୍ବୋଡସର ସ୍ୱାଧୀନତା ଲାଗି ଅନୁଷ୍ଠିତ ସମାରୋହରେ ରାଣୀଙ୍କ ପ୍ରତିନିଧିତ୍ୱ କରୁଥିବା ରୟାଲ ଷ୍ଟାଣ୍ଡାର୍ଡ ଫ୍ଲାଗ ଅବତରଣ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରିନ୍ସ ଚାର୍ଲସ ମଧ୍ୟ ଉପସ୍ଥିତ ଥିଲେ।

ଗଭର୍ଣ୍ଣର ଜେନେରାଲ ସାଣ୍ଡ୍ରା ମେସନ ସ୍ୱାଧୀନ ବାର୍ବୋଡସ୍‌ର ପ୍ରଥମ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି। ରାଣୀ ଏଲିଜାବେଥ ଦ୍ୱିତୀୟ ତାଙ୍କୁ ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ମେସନ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ଏହା ପୂର୍ବରୁ ମେସନ ଆଟର୍ଣ୍ଣି ଓ ଜଜ୍ ମଧ୍ୟ ଥିଲେ। ଏହା ଛଡା ଅତୀତରେ ସେ ଭେଞ୍ଜୁଏଲା, କୋଲମ୍ବିଆ, ଚିଲି ଓ ବ୍ରାଜିଲ ରାଷ୍ଟ୍ର ଦୂତ ଭାବେ ମଧ୍ୟ କାମ କରିଛନ୍ତି।

{"id":552199,"sizeSlug":"full","linkDestination":"none"}

କାରବୀୟ ଦେଶଙ୍କ ମଧ୍ୟରେ ବାର୍ବୋଡସ ସବୁଠୁ ଧନି ରାଷ୍ଟ୍ର। ଦେଶର ଅର୍ଥ ବ୍ୟବସ୍ଥା ପର୍ଯ୍ୟଟନ ଉପରେ ନିର୍ଭର କରେ।  ଦୀର୍ଘବର୍ଷର ସ୍ୱାଧୀନତା ସଂଗ୍ରାମ ପରେ ବ୍ରିଟିଶ ଶାନରୁ ବାର୍ବୋଡସକୁ ୧୯୬୬ ମସିହାରେ ସ୍ୱାଧୀନ ଘୋଷଣା କରାଯାଇଥିଲା। ତେବେ ଏଠାରେ ରାଣୀ ଏଲିଜାବେଥ ଶାସନର ସର୍ବମୟୀ କର୍ତ୍ରୀଥିଲେ।  ଏହା ପୂର୍ବରୁ ଗୁଏନା, ଡୋମନିକା, ତ୍ରିନିଦାଦ ଓ ଟୋବେଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହୋଇ ସାରିଥିଲେ।  ହେଲେ ସ୍ୱାଧୀନ ଘୋଷଣା ପରେ ବି ବାର୍ବୋଡସ ଏଲିଜାବେଥଙ୍କ ଶାସନାଧୀନ ରହିଥିଲା।

ଗତ ୨୦୦୫ ମସିହାରେ ଏ ନେଇ ବାର୍ବୋଡସ ତ୍ରିନିଦାଦସ୍ଥିତ କାରବୀୟ କୋର୍ଟ ଅଫ ଜଷ୍ଟିସ୍‌ରେ ଅପିଲ କରିଥିଲା। ଏଥିରେ ଲଣ୍ଡନସ୍ଥିତ ପ୍ରିଭି କାଉନସିଲକୁ ହଟାଇ ଦିଆଯାଇଥିଲା। ୨୦୦୮ ମସିହାରେ ବାର୍ବୋଡସ ନିଜକୁ ନିଜେ ସ୍ୱାଧୀନ ଘୋଷଣା ଲାଗି ପ୍ରସ୍ତାବ ରଖିଥିଲା। ହେଲେ ଏହାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଟାଳି ଦିଆଯାଇଥିଲା। ତେବେ ନଭେମ୍ବର ୩୦ରେ ବାର୍ବୋଡସକୁ ସ୍ୱାଧୀନ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଘୋଷଣା କରାଯାଇଛି। ଏବେ ବାର୍ବୋଡସର ନିଜର ଜାତୀୟ ପତାକା ଓ ଜାତୀୟ ସଂଗୀତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.