Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସଡ଼କରୁ ୩୦୦ ମିଟର ତଳକୁ ଖସିପଡିଲା ବରଯାତ୍ରୀ କାର , ୫ ମୃତ

14/11/2021 at 11:04 PM

କିନ୍ନୋର ୧୪।୧୧: ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସାଙ୍ଗଲା-ଛିତକୁଲ ସମ୍ପର୍କ ମାର୍ଗରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ବରଯାତ୍ରୀରେ ଯାଉଥିବା ଏକ କାର ମୁଖ୍ୟ ସଡକରୁ ୩୦୦ ମିଟର ତଳ ସଂଯୋଗ ସଡକକୁ ଖସିପଡିଛି। ଫଳରେ କାରରେ ଯାଉଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହସ୍ପିଟାଲରେ ପ୍ରାଣ ହୋଇଛନ୍ତି। ବରଯାତ୍ରୀଙ୍କ ଗାଡି ବଟସେରୀ ଯାଉଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସଂଗଲା ଥାନା ସୂତ୍ରରୁ ସୂଚନା ମିଳିଛି।

ପୋଲିସ ସୂଚନା ଅନୁସାରେ ରବିବାର  ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରୋଧୀରୁ ଲୋକେ ବଟସେରୀକୁ ବରଯାତ୍ରୀ ଯାଉଥିଲେ। ସଙ୍ଗଲା-ଛିତକୁଲ ସଡକର ରାଜଲ ପାନଙ୍ଗରେ ଗାଡି ଅନିୟନ୍ତ୍ରିତ ହୋଇ ୩୦୦ ମିଟର ତଳକୁ ବଟସେରୀ ସଂଯୋଗ ସଡକକୁ ଖସିପଡିଥିଲା। ଫଳେ ଏଥିରେ ଯାତ୍ରା କରୁଥିବା ରୋଧୀ ଗ୍ରାମର ରମେଶ କୁମାର (୪୨), ଅଜୟ କୁମାର (୪୦) ଋନଙ୍ଗର କିଶୋରୀଲାଲ (୪୮) ଓ କିଲବାର ମଦନ ଲାଲ (୪୮)ଙ୍କର ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ଯାତ୍ରା କରୁଥିବା ରୋଧୀର ଜିଆ ଲାଲ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

   Related Posts