ବଡଲୋକଙ୍କୁ ବୁଦ୍ଧି ଶିଖାଇବ କିଏ ? ବିନା ମାସ୍କରେ ବରଯାତ୍ରୀ, ନାଚିଲା ବେଳେ ନଥିଲା ସାମାଜିକ ଦୂରତା : ଭିଡିଓ ଭାଇରାଲ୍

Published By : Prameya-News7 Bureau | July 04, 2020 IST

ଗଞ୍ଜାମ ୪।୭: ବାହାଘରରେ ସାମାଜିକ ଦୂରତ୍ବ ନିୟମକୁ ଫୁ । ବ୍ରହ୍ମପୁରର ଏକ ହୋଟେଲ ମାଲିକଙ୍କ ପୁଅଙ୍କ ବାହାଘରରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଗତକାଲି ଏହି ବାହାଘର ହୋଇଛି । ବାହାଘର ବରଯାତ୍ରୀ ଶୋଭାଯାତ୍ରା ବେଳେ ବିନା ମାସ୍କରେ ସାମାଜିକ ଦୂରତ୍ବ ନ ରଖି ଡିଜେ ଗୀତରେ ନାଚିବାର ଦେଖିବାକୁ ମିଳିଛି ।

ଏହି ବିବାହ ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ବର କାରରେ ନାଚୁଥିବାର ଦେଖିବାକୁ ମିଳିଛି । ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ଥିବା ଦେଖାଯାଉ ନଥିଲା । କରୋନା ସମୟରେ ଯେକୌଣସି ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ସବୁ କୋଭିଡ୍ ନିୟମକୁ ମାନିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡା ନିୟମ ଥିବାବେଳେ ଡିଜେ ଲଗାଇ ଡ୍ୟାନ୍ସ କରିବା, ଏତେ ମାତ୍ରାରେ ଲୋକଙ୍କୁ ଡାକି ସାମାଜିକ ଦୂରତା ଭାଙ୍ଗିବା, ବିନା ମାସ୍କରେ ଡ୍ୟାନ୍ସ କରିବା ପାଇଁ କିଏ ଅନୁମତି ଦେଲା ଏବେ ପ୍ରଶ୍ନ ଉଠିଛି ।

wp:html /wp:html

ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଞ୍ଚଳରୁ ଲୋକ ସାମିଲ ହୋଇଥିଲେ । ଏହି ଭିଡିଓ ଭାଇରାଲ୍ ହେବାପରେ ପୋଲିସ ଓ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତା ଉପରେ ନଜର ରହିଛି । ନିକଟରେ ସାଲେପୁରରେ ମଧ୍ୟ ଏକ ବିବାହ ବେଳେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଦୁଇ ଦୁଇଟି ଭୋଜି ଚାଲିଥିଲା ବେଳେ ୧୫୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହି ବାହାଘର ଭୋଜିକୁ ବନ୍ଦ କରିଥିଲା ପ୍ରଶାସନ ।

ବିହାରରେ ଏକ ବାହାଘରରେ ଧୁମଧାମରେ ହୋଇଥିଲା । ବାହାଘର ଦୁଇଦିନ ପରେ ବର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ସେହିପରି ୯୫ ଜଣ ବରଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଘଟଣା ଚେତାଇ ଦେଇଛି । ଏହାସତ୍ବେ ବ୍ରହ୍ମପୁରରେ ଏହି ବାହାଘର କେମିତି ହେଲା ସେନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.