ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ : ମଦ ପିଇବାକୁ ବାରଣ କରିବାରୁ ମାଲିକଙ୍କୁ ପିଟିଲେ, ଜାଳିଦେଲେ ହୋଟେଲ

Published By : Prameya-News7 Bureau | July 02, 2020 IST

ଢେଙ୍କାନାଳ ୨।୭: ବାହାଘରରେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ । ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଛକରେ ନିଆଁ ଲଗାଇ ହୋଟେଲ ଜଳିଦେଲେ ବରଯାତ୍ରୀ । ହୋଟେଲ ମାଲିକଙ୍କୁ ମାଡ ପିଟ ମଧ୍ୟ କରିଛନ୍ତି । ଏ ନେଇ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି ହୋଟେଲ ମାଲିକ । ଅଗ୍ନିକାଣ୍ଡରେ ହୋଟେଲର ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

{"id":294658,"sizeSlug":"large"}

କୋରନା ନେଇ ବାହାଘର, ବ୍ରତଘର ଆଦି ସାମାଜିକ ଉତ୍ସବ ଉପରେ କଡା କଟକଣା ରହିଛି । ମାତ୍ର ଏପଟେ ଏକ ବାହାଘର ବରଯାତ୍ରୀ ଦଳଙ୍କ ଉନ୍ମତ୍ତକାଣ୍ଡ ବେଶ୍ ଚର୍ଚ୍ଚାକୁ ଆସିଛି । ହୋଟେଲ ଭିତରେ ମଦ ପିଇବାକୁ ମନା କରିବାରୁ ନିଆଁ ଲଗାଇ ଦେଇଛନ୍ତି ଏହି ବରଯାତ୍ରୀ ଦଳ । ଖବର ପାଇ ରାସୋଳ ଦମକଳ ବାହିନୀ ଆଜି ଭୋର ସମୟରେ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ହୋଟେଲଟି ଚାଳ ହୋଇଥିବାରୁ ସମୂର୍ଣ୍ଣ ଜଳିଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏପରିକି ହୋଟେଲ ମାଲିକଙ୍କୁ ନିର୍ଧୁମ ମାଡ ମାରିଛନ୍ତି ଏହି ବରଯାତ୍ରୀ ଦଳ ।

{"id":294659,"sizeSlug":"large"}

ଏ ନେଇ କଦଳିପାଳ ଗ୍ରାମର ହୋଟେଲ ମାଲିକ ବଟକୃଷ୍ଣ ବେହେରା ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବୁଧବାର ରାତିରେ ରାସୋଳ ଥାନା ଅନ୍ତର୍ଗତ କୁନୂଆ ଗ୍ରାମରୁ କଦଳିପାଳ ଗ୍ରାମକୁ ଏହି ବାହାଘର ବରଯାତ୍ରୀ ଦଳ ଆସିଥିଲେ । ମାତ୍ର ଏହି ହୋଟେଲରେ ମଦ ପିଇବା ପାଇଁ ଜିଦ୍ କରିବାରୁ ବାରଣ କରିଥିଲେ ହୋଟେଲ ମାଲିକ ବଟକୃଷ୍ଣ । ଫଳରେ ଉତ୍ତେଜିତ ବରଯାତ୍ରୀ ତାଙ୍କୁ ମାଡପିଟ କରିଥିବା ବେଳେ ଭୋର ସମୟରେ ଫେରିବା ବେଳେ ନିଆଁ ଲଗାଇ ପଳାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.