Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନା କାଳରେ ନୂଆ ପରମ୍ପରା: ବାହାଘରରେ କୋଲ୍ଡ ଡ୍ରିଙ୍କ୍ ବଦଳରେ ବରଯାତ୍ରୀଙ୍କୁ ଦିଆଗଲା କାଢ଼ା ଓ ମାସ୍କ

26/04/2021 at 5:21 PM

ବାରାଣାସୀ ୨୬/୦୪ : ବିଶ୍ୱ ମହାମାରୀ କରୋନା ମାନବ ଜୀବନକୁ ବଦଳାଇ ରଖିଦେଇଛି। ଦେଶରେ କେବେ କେହି ଭାବିନଥିଲେ ଯେ ଘରୁ ବାହାରିବାକୁ ହେଲେ ତାଙ୍କୁ ମାସ୍କ ପିନ୍ଧିବାକୁ ପଡିବ। କିନ୍ତୁ କରୋନା ଏମିତି ଦିନ ଦେଖାଇଦେଲା ଯେ ମଣିଷକୁ ସବୁବେଳେ ମାସ୍କ ପିନ୍ଧିବାକୁ ପଡୁଛି। ଏମିତି କିଛି ପରିବର୍ତ୍ତନ ଜୀବନଶୈଳୀ ଓ ଖାଦ୍ୟପେୟରେ ମଧ୍ୟ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଧର୍ମ ନଗରୀ କାଶୀରେ। କାଶୀରେ ଏକ ବିବାହ ସମାରୋହରେ କରୋନା ଯୋଗୁଁ ଜଙ୍କ୍ ଫୁଡ୍ ଓ କୋଲ୍ଡ ଡ୍ରିଙ୍କ୍ ଭଳି ଜିନିଷକୁ ଦୁରେଇ ରଖାଯାଇଛି। ଏହା ବଦଳରେ ଅତିଥିଙ୍କୁ ଦିଆଯାଉଛି କାଢ଼ା।

ସାଧାରଣତଃ ବିବାହ ସମାରୋହରେ ବରଯାତ୍ରୀଙ୍କ ସ୍ୱାଗତରେ ଯେପରି କିଛି ଅଭାବ ନ ରହେ ତା’ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ। ବରଯାତ୍ରୀଙ୍କ ସ୍ୱାଗତରେ ପୁଷ୍ପ ବର୍ଷା ସାଙ୍ଗକୁ କୋଲ୍ଡ ଡ୍ରିଙ୍କ୍, ଜୁସ ଆଦି ପରସା ଯାଇଥାଏ। କିନ୍ତୁ କାଶୀରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କୁ କାଢ଼ା ପରସା ଯାଇଥିଲା ଓ ତା’ସାଙ୍ଗକୁ ମାସ୍କ ମଧ୍ୟ ଦିଆଯାଇଥିଲା।

ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ସଂକ୍ରମଣ ଚେନ ଭାଙ୍ଗିବାକୁ ପ୍ରଶାସନ ବାହାଘରରେ ଅନେକ କଟକଣା ଲାଗୁ କରିଛି। ପ୍ରଶାସନର କଟକଣା ଓ ନିର୍ଦ୍ଦେଶ ସ୍ଥାନୀୟ ଲୋକେ ପାଳନ କରୁଛନ୍ତି। ସଂକ୍ରମଣ ଦୂରେଇବାକୁ ବରଯାତ୍ରୀଙ୍କୁ କାଢ଼ା ପିଆଇ ସ୍ୱାଗତ କରୁଛନ୍ତି। ଏହାସହ ସାମାଜିକ ଦୂରତା ସହ ଡ୍ୟାନ୍ସ କରୁଛନ୍ତି, ମାସ୍କ ବ୍ୟବହାର କରୁଛନ୍ତି ଓ ସାନିଟାଇଜର ପ୍ରତି ପୁରା ଧ୍ୟାନ ଦେଉଛନ୍ତି।

ଏହିଭଳି ବିବାହ ଆୟୋଜନ କରିଥିବା ହରତ ଲାଲ ଚୌରସିୟା କହିଛନ୍ତି କରୋନା ସଂକ୍ରମଣ ଯୋଗୁଁ କୋଲ୍ଡ ଡ୍ରିଙ୍କ୍ ବଦଳରେ କାଢ଼ା ଦିଆଯାଇଛି ଏବଂ ବରଯାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନୁ ହୁଅନ୍ତି ସେଥିପାଇଁ ଅନୁରୂପ ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଗତ ବର୍ଷ ତାଙ୍କ ଝିଅ ବାହାଘର ଥିଲା। କିନ୍ତୁ ଲକଡାଉନ୍ ଯୋଗୁଁ ହୋଇପାରିନଥିଲା। ଏଥର ମଧ୍ୟ କରୋନା ଯୋଗୁଁ ଅସୁବିଧା ହୋଇଥିଲା। କିନ୍ତୁ କରୋନା ବିରୋଧୀ ବ୍ୟବସ୍ଥା ସହ ବାହାଘର ଆୟୋଜନ ହୋଇଥିଲା। ବରଯାତ୍ରୀଙ୍କୁ ମଧ୍ୟ ଏହି ଅନ୍ଦାଜ ବହୁତ ପସନ୍ଦ ଆସିଥିଲା ବୋଲି ସେ କହିଛନ୍ତି। ବରଯାତ୍ରୀ ମାସ୍କ ପିନ୍ଧି ଡ୍ୟାନ୍ସ କରିଥିଲେ। ବରଯାତ୍ରୀ କହିଛନ୍ତି ଯେ ଆଜିକା ସମୟରେ କାଢ଼ା ସବୁଠାରୁ ଅଧିକ ଆବଶ୍ୟକୀୟ ପାନୀୟ।

   Related Posts