Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କନ୍ୟା ବାହାରିଲା କରୋନା ସଂକ୍ରମିତ, ବରଯାତ୍ରୀଙ୍କୁ ଧରି ମୁଣ୍ଡ ଆଉଁସି ଖାଲି ହାତରେ ଫେରିଲା ବର

12/06/2020 at 8:45 PM

ଆଲିଗଡ ୧୨।୦୬: କରୋନା ଭାଇରସ୍‌ ଦୁଇ ଭାଇଙ୍କ ରଙ୍ଗକୁ ଭଙ୍ଗ କରି ଦେଇଛି। ଗୁରୁବାର ଆଲିଗଡର ଅତରୌଲିରୁ ଆହ୍ଲାବାଦ ପହଞ୍ଚିଥିବା ବରଯାତ୍ରୀ ଓ କନ୍ୟା ପକ୍ଷଙ୍କ କରୋନା ଯାଞ୍ଚ ହେବାରୁ ଜଣେ କନ୍ୟା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ଆହ୍ଲାବାଦରୁ ଦୁଇ ବରଙ୍କୁ ନିଜର ବରଯାତ୍ରୀଙ୍କୁ ଧରି ଖାଲି ହାତରେ ଫେରିବାକୁ ପଡିଛି। ପ୍ରଶାସନ କନ୍ୟାକୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ଅତରୌଲି ଟାଉନର ମୋହଲ୍ଲା ଚୌଧରିୟାନରୁ ଗୋଟିଏ ପରିବାରର ଦୁଇ ଭାଇଙ୍କ ବରଯାତ୍ରୀ ଗୁରୁବାର ସକାଳେ ଆହ୍ଲାବାଦ ଅଭିମୁଖେ ବାହାରିଥିଲା। ତିନୋଟି ଗାଡିରେ ବସିଥିବା ପ୍ରାୟ ୩୦ ଜଣ ଲୋକ ସାମାଜିକ ଦୂରତା ପାଳନ କରି ଜାଗାରେ ଜାଗାରେ ଚେକିଂ କରିବା ସହିତ ଔପଚାରିକତା ପୂରଣ କରି ସନ୍ଧ୍ୟାରେ ଆହ୍ଲାବାଦ ପହଞ୍ଚିଥିଲେ। କନ୍ୟାଘର ପକ୍ଷରୁ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ଛୋଟ ଆୟୋଜନ କରାଯାଇଥିଲା। ରାତିରେ ଜୟମାଲା ଓ ଫେରେ ନେବା ରୀତି ମଧ୍ୟ ସଂପନ୍ନ ହୋଇଥିଲା। ଏହି ସମୟରେ ସୂଚନା ପାଇ ଆହ୍ଲାବାଦ ପୋଲିସ ବାହାଘର ସ୍ଥଳରେ ପହଞ୍ଚି ଯାଇଥିଲେ। ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଗଲେ। ସମସ୍ତ ବରଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ପ୍ରସ୍ତାବ ଦିଆଗଲା। ହେଲେ ପ୍ରଥମେ ବରଯାତ୍ରୀ ଏହାର ବିରୋଧ କରିଥିଲେ ମାତ୍ର ପୋଲିସ୍‌ର ତାଗିଦ୍‌ ପରେ ଯାଞ୍ଚ ପାଇଁ ରାଜି ହୋଇଥିଲେ।

ସ୍ଵାସ୍ଥ୍ୟ ବିଭାଗର ଟିମ୍‌ ଥର୍ମାଲ ସ୍କ୍ରିନିଂ  କରିବା ଆରମ୍ଭ କରିଥିଲେ। ଏହି ସମୟରେ ଜଣେ କନ୍ୟାଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବାରୁ ସେଠାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପୋଲିସ୍ ଉକ୍ତ ଇଲାକାକୁ ତରୁନ୍ତ ସିଲ୍‌ କରି ଦେଇଥିଲା। ବରଯାତ୍ରୀଙ୍କୁ ବିନା କନ୍ୟାରେ ଫେରିଯିବାକୁ କୁହାଗଲା। କନ୍ୟା ପକ୍ଷ ଏବଂ ବର ପକ୍ଷ ମଧ୍ୟରେ ଆଲୋଚନା କରାଯାଇ କରୋନା ସଂକ୍ରମଣ ପରେ ଦୁଇ କନ୍ୟାଙ୍କୁ ବିଦାୟ ଦିଆଯିବ ବୋଲି ନିଷ୍ପତ୍ତି ହେଲା। ଏହା ପରେ ଦୁଇ ବର ନିଜର ବରଯାତ୍ରୀଙ୍କୁ ନେଇ ଖାଲି ହାତରେ ମୁଣ୍ଡ ଆଉଁସି ଘରକୁ ଫେରିଛନ୍ତି।

   Related Posts