ବରଯାତ୍ରୀ ବସ ଗଛରେ ପିଟିହୋଇ ୨୦ରୁ ଅଧିକ ଆହତ, ଚାଳକ ମୃତ
13/03/2019 at 7:10 PM

ଉମରକୋଟ୧୩|୩: ବରଯାତ୍ରୀ ବସ ଗଛରେ ପିଟିହୋଇ ୨୦ରୁ ଉର୍ଧ୍ବ ଆହତ ହୋଇଥିବା ବେଳେ ଡ୍ରାଇଭର ମୃତ୍ୟୁ ହୋଇଛି | ଏପରି ମର୍ମନ୍ତୁକ ଦୁର୍ଘଟଣା ହୋଇଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ହାତିବାଡି ଗ୍ରାମ ନିକଟରେ | ସମସ୍ତ ଆହତଙ୍କୁ ନିକଟସ୍ଥ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଆଉ ୧୨ଜଣଙ୍କୁ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି |

ଡ୍ରାଇଭର ରୋହିତ ଗୌଡ ଅତି ଗୁରୁତ୍ତର ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି | ଆଜି ଦିନ ୧.୩୦ ସମୟରେ ବରଯାତ୍ରୀ ବସଟି ଛତିଶଗଡର ଦେଓଭାଗ ଗ୍ରାମରୁ ରାଇଘର ବ୍ଲକର ହଳଦୀ ଗ୍ରାମକୁ ଯାଉଥିଲା | ବସରେ ପ୍ରାୟ ୩୦ରୁ ଅଧିକ ଲୋକ ଥିଲେ । ଆହତ ମାନଙ୍କ ମଧ୍ୟରୁ ୧୦ ଜଣ ନାବାଳକ, ୮ ଜଣ ମହିଳା ଓ ୧୩ ଜଣ ପୁରୁଷ ଥିବା ସୂଚନା ମିଳିଛି | କେଉଁ କାରଣରୁ ବରଯାତ୍ରୀ ବସଟି ଗଛରେ ପିଟିହୋଇ ଦୁର୍ଘଟଣା ଘଟିଛି ସ୍ପଷ୍ଟ ହୋଇ ପାରି ନହିଁ | ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି |

ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଝରିଗାଁ ଦମକଳ ବାହିନୀ ମୁଖ୍ୟ ଭୂମିକା ଥିଲା । ଖବର ପାଇବା ପରେ ଘଟଣା ସ୍ଥଳରେ ତୁରନ୍ତ ପହଁଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତର ଖାନା ପହଞ୍ଚାଇ ଥିଲେ ।
