Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ପୋଲିସକୁ ବଡ଼ ସଫଳତା: ୨ କାର ସମେତ ବିପୁଳ ପରିମାଣର ନିଶା ଔଷଧ ଜବତ, ୪ ନିଶା ବେପାରୀ ଗିରଫ

25/07/2020 at 5:59 PM

ବରପାଲି ୨୫।୦୭: ବରଗଡ ଜିଲ୍ଲା ବରପାଲି ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ନିଶା ଔଷଧ ବିକ୍ରି କରୁଥିବା ବେଳେ ଗତକାଲି ବରପାଲି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ନିଶା ବେପାରୀ ଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କଠୁ ଗୋଟିଏ ମହିନ୍ଦ୍ରା ଟିୟୁଭି ଓ ଗୋଟେ ସ୍କୋର୍ପିଓ ଗାଡି ସମେତ ମଦ ବୋତଲ, ନାଇଟ୍ରୋସେନ ଟାଵଲେଟ ଓ ୪ ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ମାନେ ହେଲେ ସୋହେଲା ବନାବିରା ଗ୍ରାମର ଚୁଡାମଣି ସେଠ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ମିତ୍ରଭାନୁ ମେହେର,ଗାଇସିଲେଟ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମର ପ୍ରକାଶ ସାହୁ ଓ କାନ୍ହୁ ସେଠ । ସେମାନଙ୍କ ଠାରୁ ଗୋଟେ ମହିନ୍ଦ୍ରା ଟିୟୁଭି ଓ ଗୋଟେ ସ୍କୋର୍ପିଓ ଗାଡି ସମେତ ୩୩୬୦ ବୋତଲ ବେଆଇନ କଫ ସିରଫ,୮୦ ଟି ନାଇଟ୍ରୋସେନ ଟାଵଲେଟ ଓ ୪ ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ।ଏଥିସହ ସେମାନଙ୍କ ଥରି ନଗଦ ୨୧୮୦ ଟଙ୍କା ମଧ୍ୟ ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ବରଗଡ଼ ଓ ସୋହେଲା ଥାନାରେ ୧୨ରୁ ଉର୍ଦ୍ଧ୍ଵ ମାମଲା ରହିଥିବା ବରଗଡ଼ ଏସ ପି ପଦ୍ମିନୀ ସାହୁ କହିଛନ୍ତି।

   Related Posts