Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରାମୁଳା ଏନକାଉଣ୍ଟର :ଶରୀରରେ କ୍ୟାମେରା ଲଗାଇ ଯବାନଙ୍କ ଉପରକୁ ହମଲା କରିଥିଲେ ଆତଙ୍କବାଦୀ, ଜାରି କଲେ ଭିଡିଓ

21/08/2020 at 1:53 PM

ଶ୍ରୀନଗର ୨୧/୦୮ : ଗତ କିଛି ବର୍ଷ ହେଲା ଦେଖିବାକୁ ମିଳୁଛି ଯେ ଜାମ୍ମୁ କାଶ୍ମୀରରୁ କିଛି ଯୁବକ ନିଖୋଜ ହୋଇଯାଆନ୍ତି ଏବଂ କିଛି ଘଣ୍ଟା ପରେ ସୋସିଆଲ ମିଡ଼ିଆରେ ତାଙ୍କର ଫଟୋ ଭାଇରାଲ କରାଯାଇଥାଏ | ଏହି ଫଟୋର ନିଖୋଜ ଥିବା ଯୁବକଙ୍କୁ ରାଇଫଲ ସହ ଦେଖିବାକୁ ମିଳେ ଏବଂ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିବା କୁହନ୍ତି | ସୋସିଆଲ ମିଡ଼ିଆରେ ଏହିଭଳି ଫଟୋ ଭାଇରାଲ କରି ଆତଙ୍କ ଖେଳାଉଥିବା ଆତଙ୍କବାଦ ସଂଗଠନ ବର୍ତମାନ ଭାରତୀୟ ସେନା ସହ ଏନକାଉଣ୍ଟରର ଲାଇବେ ଭିଡ଼ିଓ ଜାରି କରିଛି | ଆତଙ୍କବାଦୀ ଭାବୁଛନ୍ତି ଏହିଭଳି ଭିଡ଼ିଓ ଜାରି କରି ଆତଙ୍କିତ ପରିବେଶ ସୃଷ୍ଟି କରିବେ |

ନିକଟରେ ଆତଙ୍କବାଦୀମାନେ ବାରାମୁଳାର କ୍ରେରୀ  ଅଞ୍ଚଳରେ  ହୋଇଥିବା ଏନକାଉଣ୍ଟରର ଭିଡ଼ିଓ ସୋସିଆଲ ମିଡ଼ିଆରେ ଜାରି କରିଛନ୍ତି | ଏହି ଏନକାଉଣ୍ଟରରେ ୫ ସୁରକ୍ଷାକର୍ମୀ ଓ ୩ ଆତଙ୍କବାଦୀ ନିହତ ହୋଇଥିଲେ | ଗରିଲା ହମଲାରେ ଆତଙ୍କବାଦୀମାନେ କେତେ ଦକ୍ଷ ତାହା ଭିଡିଓ ମାଧ୍ୟମରେ ଦେଖାଇବାକୁ ଚେଷ୍ଠା କରିଛନ୍ତି |

କାଶ୍ମୀରର ଅଧିକାଂଶ ଅଞ୍ଚଳରୁ ଆତଙ୍କବାଦୀ ସଫା ହୋଇଯିବା ପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କାଶ୍ମୀରରେ ନୂଆ ଆତଙ୍କବାଦୀ ସଂଗଠନ ଛିଡା କରିବାକୁ ଉଦ୍ୟମ କରିଛି | କାଶ୍ମୀରରେ ଏହି ନୂଆ ଆତଙ୍କବାଦୀ ସଂଗଠନର ନାଁ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) | ଏହା ଲସ୍କର-ଏ-ତୋଇବାର ସଂଗଠନ ଯିଏ ନିକଟରେ ବାରାମୁଲାରେ ହୋଇଥିବା ଆତଙ୍କବାଦୀ ହମଲାର ଭିଡିଓ ଜାରି କରିଛି | ଭିଡିଓରେ ୩ ଆତଙ୍କବାଦୀ ସୋଆରପିଏଫ ଟିମ ଉପରେ ହମଲା କରିଥିବା ଦେଖିବାକୁ ମିଳିଛି | ଆତଙ୍କବାଦୀମାନେ ଗଛ ଆଢୁଆଳରୁ ବାହାରି ଯବାନଙ୍କ ଉପରକୁ ଲଗାତାର ଫାଇରିଙ୍ଗ କରିଥିଲେ | ଭିଡିଓ କରିବା ପାଇଁ ଆତଙ୍କବାଦୀ ନିଜ ଶରୀରରେ କ୍ୟାମେରା ଲଗାଇଥିଲେ | ଦୁଇ ଆତଙ୍କବାଦୀ ଲଗାତାର ଫାଇରିଙ୍ଗ କରୁଥିବାବେଳେ ଆଉ ଜଣେ କଭର ଫାୟାର କରୁଥିଲା | ଭିଡିଓରେ ଗୀତ ସହ ସ୍ପେଶାଲ ଇଫେକ୍ଟ ମଧ୍ୟ ବ୍ୟବହାର କରାଯାଇଛି |

ଏହି ଭିଡିଓ ଦେଖିବା ପରେ ପୋଲିସ ଟ୍ୱିଟ କରି କହିଛି ଯେ, ହମଲାର ଭିଡିଓ ଜାରି କରି ଆତଙ୍କବାଦୀ ଉଗ୍ରବାଦୀଙ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛନ୍ତି | କିନ୍ତୁ ସେମାନେ ଏହିଭଳି କରିପାରିବେ ନାହିଁ ବୋଲି କହିଛି ପୋଲିସ | ପୋଲିସ ଆତଙ୍କବାଦୀଙ୍କୁ ଜବାବ ଦେଇଛି ବୋଲି କହିଛି | ୭୨ ଘଣ୍ଟା ଭିତରେ ସେମାନଙ୍କ ଶୀର୍ଷ କମାଣ୍ଡର ସଜାଦ, ଏଫଟି ତୈମୁର  ଖାନ, ନାସିର ଏବଂ ଏଫଟି ଅଲିଙ୍କୁ ହତ୍ୟା କରାଯାଇଛି ।

   Related Posts