Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

‘ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ଓ ନର୍ଭସ ବ୍ୟକ୍ତି’, ନିଜ ପୁସ୍ତକରେ ଏମିତି ଲେଖିଲେ ବାରାକ ଓବାମା

13/11/2020 at 9:01 AM

ନୂଆଦିଲ୍ଲୀ,୧୩|୧୧:   ବାରାକ ଓବାମାଙ୍କ ନୂଆ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ୍’ ଏବେ ଚର୍ଚ୍ଚାରେ ରହିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏହା ପୂର୍ବରୁ ମଧ୍ୟ ଅନେକ ପୁସ୍ତକ ଲେଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ, ଓବାମା ଏହି ପୁସ୍ତକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ବାବଦରେ ଓବାମା ନିଜ ପୁସ୍ତକ ‘ଏ ପ୍ରମିସଡ୍ ଲ୍ୟାଣ୍ଡ’ରେ ଲେଖିଛନ୍ତି ଯେ, ରାହୁଲ ଜଣେ ନର୍ଭସ ଓ ଅପରିପକ୍ୱ ବ୍ୟକ୍ତି ।ଯେପରି ଜଣେ ଛାତ୍ର ନିଜର କୋର୍ସ ପୂରଣ କରିବା ପରେ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଉତ୍ସୁକ ରହିଥାଏ । କିନ୍ତୁ ଏହି ଛାତ୍ର ପାଖରେ କୌଣସି ଜ୍ଞାନ ଆହରଣ ପାଇଁ ଯୋଗ୍ୟତା ଓ ଇଚ୍ଛାଶକ୍ତିର ଅଭାବ ରହିଥାଏ ।

ମନମୋହନ ସିଂଙ୍କ ବାବଦରେ ଓବାମା ଲେଖିଛନ୍ତି ଯେ, ସେ ଅଗାଧ ନିଷ୍ଠା ରଖନ୍ତି । ଏହାସହ ଓବାମାଙ୍କ ପୁସ୍ତକରେ ଆମେରିକାର ଭାବି ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାବଦରେ ମଧ୍ୟ ଉଲ୍ଲେଖ ଅଛି ।

ନ୍ୟୁୟର୍କ ଟାଇମ୍ସର ପୁସ୍ତକ ସମୀକ୍ଷା ଅନୁସାରେ, ଓବାମା ଏହି ପୁସ୍ତକରେ ନିଜ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଜୀବନ ଉପରେ ବେଶୀ ଫୋକସ କରିଛନ୍ତି । ରାଜନୀତିରେ ନିଜର ଆରମ୍ଭ ପରଠୁ ଓସାମା ବିନ୍ ଲାଦେନକୁ ନିପାତ କରିବା ବାବଦରେ ପୁସ୍ତକେ ଉଲ୍ଲେଖ ରହିଛି ।

   Related Posts