ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର

Published By : Prameya-News7 Bureau | May 11, 2021 IST

ଲକ୍ଷ୍ନୌ, ୧୧।୦୫:  ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡି । ଜୀବନ ହାରିଲେ ୫ ବରଯାତ୍ରୀ । ବରପକ୍ଷର ଲୋକଙ୍କୁ ନେଇ ଯାଉଥିବା ଏକ କାର୍ ଟ୍ରକ୍ ସହ ଧକ୍କା ହେବାରୁ ୫ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଏହି ସଡକ ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତ୍ରରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର୍ କରହିୟା ହ୍ରଦ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।

ସ୍ଥାନୀୟ ଥାନା ଅଧିକାରୀଙ୍କ କହିବାନୁସାରେ, ବରଯାତ୍ରୀ ଦଳ ମଛଲୀ ଗ୍ରାମର କପିୟରଗଞ୍ଜ ଯାଉଥିଲେ । କରହିୟା ହ୍ରଦ ଅତିକ୍ରମ କରୁଥିବା ବେଳେ ସେମାନଙ୍କ କାର୍‌ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଚି ଚୁରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ପୋଲିସ ପହଁଚିବା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.