ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 25, 2020 IST

ଆନନ୍ଦପୁର ୨୫।୦୪: ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର  ହୋଇଛନ୍ତି । ଗୁରୁତର ଯୁବକ ମହୁଲଡିହା ଥାନା ଶାଳଚୁଆ ଚାଉଳଝରି ଗ୍ରାମର ମଧୁସୂଦନ ମଢେଇ ଏବଂ ତାଙ୍କ ବୟସ ୩୫ ବୋଲି ଜଣାପଡିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି ।

{"id":259696,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଶୌଚ ହେବାକୁ ନିକଟସ୍ଥ କେନ୍ଦୁଚୁଆ ହୁଡ଼ି କୁ ଯାଇଥିବା ସମୟରେ ଜଙ୍ଗଲି ବାର୍‌ହା ଆକ୍ରମଣର ଶିକାର ହାଇଥିଲେ। ଏଥିରେ ତାଙ୍କର ଦୁଇ ଗୋଡ଼ ଗୁରୁତର ଭାବେ କ୍ଷତାକ୍ତ ହୋଇଥିଲା। ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.