ଭିଜିଲାନ୍ସ ପଞ୍ଝାରେ ଯୋଗାଣ ବିଭାଗ ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍

Published By : Prameya-News7 Bureau | November 23, 2020 IST

ବରଗଡ ୨୩।୧୧: ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ । ବରଗଡ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ବରଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

{"id":366103,"sizeSlug":"large"}

ଜୁନିୟର ଆକାଉଣ୍ଟାଣ୍ଟଙ୍କ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ହଳଦୀ ଗାଁ ସ୍ଥିତ ପୈତୃକ ବାସଭବନ, ବଲାଙ୍ଗିର ଜିଲ୍ଲା ଠିକାଦାରପଡା ସ୍ଥିତ ବାସଭବନ, ବରଗଡ ଖଜୁରଟିକା ସ୍ଥିତ ଭଡା ଘରେ ଏକକାଳୀନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଭିଜିଲାନ୍ସ ଅଧିକାରୀ ଛାନଭିନ୍ ଚଳାଇଛନ୍ତି । ତାଙ୍କର ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଜବତ ହୋଇଛି । ତେବେ କେତେ ଟଙ୍କା ଜବତ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭିଜିଲାନ୍ସ ଅଧିକାରୀ ଛାନଭିନ୍ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.