ପୋଖରୀରେ ଭାସୁଛି ନରକଙ୍କାଳ, ପୋଲିସ ଖୋଜୁଛି ପରିଚୟ

Published By : Prameya-News7 Bureau | May 24, 2022 IST

ବରଗଡ଼ ୨୪।୦୫ : ପୋଖରୀରେ ନରକଙ୍କାଳ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ଭଙ୍ଗାକଟା (ପୋଖରୀ)ରୁ ଜବତ ହୋଇଛି ନରକଙ୍କାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ଦିନ ମାଛ ଧରାଳିମାନେ ମାଛ ଧରୁଥିଲେ । ଠିକ୍‌ ଏହି ସମୟରେ ପୋଖରୀର ଏକ ବୁଦା ନିକଟରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସେମାନେ ସୋହେଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୋଖରୀରେ ପଡିଥିବା କଙ୍କାଳରେ ଏବେବି ମାଂସ ଲାଗି ରହିଛି । ମହିଳାମାନେ ବ୍ୟବହାର କରୁଥିବା ବସ୍ତ୍ର ମଧ୍ୟ କଙ୍କାଳରେ ଗୁଡାଇ ହୋଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କଙ୍କାଳର ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.