ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା, ହୋମ୍ ଆଇସୋଲେସନ୍‌ରେ ରହିଲେ

Published By : Prameya-News7 Bureau | August 08, 2020 IST

ଭୁବନେଶ୍ବର ୮।୮: କରୋନା ସଂକ୍ରମିତ ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ । କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସାଂସଦ ସୁରେଶ ପୂଜାରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି ।

ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘କୋଭିଡ୍-୧୯  ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି । ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୂଚନା କରିଛନ୍ତି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍‌ରେ ଅଛି ଏବଂ ସୁସ୍ଥ ଅଛି ।’

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.