ପ୍ରବଳ ପ୍ରତାପୀ କଂସଙ୍କୁ ବଧ କଲେ କୃଷ୍ଣ-ବଳରାମ, ଶେଷ ଦିନରେ କମ୍ପିଲା ମଞ୍ଚ

Published By : Prameya-News7 Bureau | January 11, 2020 IST

ବରଗଡ ୧୧।୧: କଂସ ବଧ ସହ ଶେଷ ହୋଇଛି ଏବର୍ଷର ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅନ୍ୟାୟୀ, ଅତ୍ୟାଚାରୀର ପ୍ରତୀକ ମହାରାଜ କଂସଙ୍କୁ ନିହତ କରିଛନ୍ତି ଲୀଳାମୟ ଶ୍ରୀକୃଷ୍ଣ । ଶିବଧନୁକୁ ଭାଙ୍ଗିବା, କୁବଳୟା ହସ୍ତୀ ବଧ ସହ ଅଷ୍ଟମଲ୍ଲଙ୍କୁ ହତ୍ୟା କରିଛନ୍ତି କୃଷ୍ଣ ଓ ବଳରାମ ।  ମଥୁରା ନଗରୀର ରାଜ ସିଂହାସନରେ ମହାରାଜ ଉଗ୍ରସେନଙ୍କୁ ପୁଣି ଥରେ ସିଂହାସନ ଆରୋହଣର ସହ ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିବା ଦୃଶ୍ୟ ସହ ଯବନିକା ପଡିଛି ଏ ବର୍ଷର ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ।

{"id":209776,"sizeSlug":"large"}

ଦୀର୍ଘ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ପୌରାଣିକ କଥାବସ୍ତୁର ଧନୁଯାତ୍ରା ନାଟକ ଅଭିନୀତ ହେବା ପରେ ଆଜି କଂସ ବଧ ସହ ଶେଷ ହୋଇଛି ବରଗଡ଼ ଧନୁଯାତ୍ରା ।  ଅହଂକାରର ପ୍ରତୀକ ଶିବଧନୁକୁ ଭାଙ୍ଗିବା ସହ କୁବଳୟା ହସ୍ତୀକୁ ହତ୍ୟା କରିଥିଲେ ଶ୍ରୀକୃଷ୍ଣ ।

{"id":209778,"sizeSlug":"large"}

ଏହା ସହିତ ରାଜଦରବାର ଅଭିମୁଖେ ଗୋପାଳ ବାଳକଙ୍କ ସହ କୃଷ୍ଣ ବଳରାମ ଅଗ୍ରସର ହେଉଥିବାବେଳେ ନିଜର ଆସନ୍ନ ମୃତ୍ୟୁକୁ ନେଇ ଗର୍ଜିଉଠୁଥିଲେ କଂସ ।  ଚାଣ୍ଡୁକ, ମୁଷ୍ଟିକ ଅଷ୍ଟମଲ୍ଲଙ୍କୁ ହତ୍ୟା କରିବା ପରେ କଂସଙ୍କୁ ଆକ୍ରମଣ କରିଥିଲେ କୃଷ୍ଣ ଓ ବଳରାମ । ଶେଷରେ ଘମାଘୋଟ ମଲ୍ଲଯୁଦ୍ଧ ପରେ କୃଷ୍ଣ ହାତରେ ନିହତ ହେଲେ ପ୍ରବଳ ପ୍ରତାପୀ ମହାରାଜ କଂସ । ଅନ୍ୟାୟ, ଅତ୍ୟାଚାର, ଦୁରାଚାରର ପ୍ରତିବଦଳରେ ନ୍ୟାୟ ପ୍ରତିଷ୍ଠା ବାର୍ତ୍ତା ସହ ଶେଷ ହୋଉଛି ଏବର୍ଷର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ।

{"id":209780,"sizeSlug":"large"}

ଅନ୍ୟାୟ, ଅଧର୍ମର ପ୍ରତୀକ କଂସଙ୍କ ନିଧନ ପରେ ମଥୁରା ନଗରୀର ରାଜ ସିଂହାସନରେ ମହାରାଜ ଉଗ୍ରସେନଙ୍କୁ ପୁଣି ଥରେ ସିଂହାସନ ଆରୋହଣ କରିଥିଲେ । କୃଷ୍ଣ ବଳରାମଙ୍କ ନେଇ ଆରମ୍ଭ କରିଥିଲେ ରାଜକାର୍ଯ୍ୟ । ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଥିଲେ କୃଷ୍ଣ ବଳରାମ  ।

{"id":209779,"sizeSlug":"large"}

ଅନ୍ୟାୟ ବଦଳରେ ନ୍ୟାୟ, ଅଧର୍ମ ବଦଳରେ ଧର୍ମର ପ୍ରତିଷ୍ଠା ବାର୍ତ୍ତା ଦେଇଆସିଛି ବରଗଡ଼ ଧନୁଯାତ୍ରା । ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୧୧ ଦିନ ଧରି ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହେବା ପରେ ଆଜି ଏହି ବାର୍ତ୍ତା ସହ ଶେଷ ହୋଇଛି ଧନୁଯାତ୍ରା ନାଟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.